ମାନବିକତା ଭୁଲିଗଲେ ପୁଅବୋହୂ: ପାଇଖାନା ଘରେ ରହୁଛନ୍ତି ୮୨ ବର୍ଷର ମା’

ଗୋପ, ୩।୮(ଡି.ଏନ୍‌.ଏ.): ଦଶମାସ ୧୦ ଦିନ ଗର୍ଭରେ ଧରି ସନ୍ତାନଙ୍କୁ ଜନ୍ମ ଦେଇଥିବା ବୃଦ୍ଧା ମା’ ଆଜି ପାଇଖାନା ଘରେ। ନିଜର ୪ ପୁଅବୋହୂ ଥିବାବେଳେ ଜନ୍ମକଲା ମା’ର ଯତ୍ନ ନେବାକୁ ସେମାନେ ବୋଝ ବୋଲି ମନେକରୁଛନ୍ତି। ଏଭଳି ଏକ ଅମାନବୀୟ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଗୋପ ଥାନା ବୀରତୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ସାଉରିଆ ଗ୍ରାମରେ। ଗ୍ରାମର ଧନୀ ମଲ୍ଲିକ୍‌(୮୨) ଏବେ ଚାରିପୁଅଙ୍କ ଲାଗି ଅଲୋଡ଼ା ହୋଇ ପାଇଖାନା ଘରେ ଜୀବନ ବିତାଉଛନ୍ତି।
ଧନୀଙ୍କର ୪ପୁଅ ବିବାହ କରିସାରିଥିବାବେଳେ ୧୧ ଜଣ ନାତିନାତୁଣୀ ଅଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିବା ଧନୀ ଏବେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି। ବଡ଼ପୁଅ ବାନାମ୍ବରଙ୍କ ନିର୍ମାଣାଧୀନ ପାଇଖାନା ଘରେ ବୃଦ୍ଧା ଧନୀ କେବଳ ମୃତ୍ୟୁ ସହ ସଂଗ୍ରାମ କରିବା ସାର ହୋଇଛି। ଧନୀଙ୍କ ନାମରେ ଥିବା ଜମିକୁ ପୁଅମାନେ ନିଜ ନିଜ ଭିତରେ ବାଣ୍ଟି ନେଇଥିବାବେଳେ ମା’ଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେଇଛନ୍ତି। ମା’ଙ୍କ ଯତ୍ନ ନେବାକୁ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେ ଆମ ପ୍ରତିନିଧି ସେଠାକୁ ଯାଇ ବୃଦ୍ଧା ଧନୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଥରିଲା କଣ୍ଠରେ ସେ କୁହନ୍ତି, ଯେଉଁ ପୁଅମାନଙ୍କ ଲାଗି ଏତେକଷ୍ଟ କରିଥିଲି ସେମାନେ ମୋତେ ଆଜି ଏପରି ଅବସ୍ଥାରେ ରଖିଛନ୍ତି। ସେମାନଙ୍କ କଥା କେବଳ ଭଗବାନ ବିଚାର କରିବେ ବୋଲି କାନ୍ଦି କାନ୍ଦି କହିଥିଲେ ବୃଦ୍ଧା ଜଣକ। ଏ ସମ୍ପର୍କରେ ବଡ଼ପୁଅ ବାନାମ୍ବରଙ୍କୁ ପଚାରିବାରେ ଘରେ ସ୍ଥାନରେ ଅଭାବ ଯୋଗୁ ମା’କୁ ପାଇଖାନା ଘରେ ରଖିବା ପାଇଁ ବାଧ୍ୟ ହେଉଛି। ଅନ୍ୟ ଭାଇମାନେ ନ ପଚାରିବା ହେତୁ ଏଭଳି ସମସ୍ୟା ଉପୁଜିଛି। ଏ ସମ୍ପର୍କରେ ଗୋପ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁଙ୍କୁ ପଚାରିବାରେ ଅଭିଯୋଗ ମିଳିବା ପରେ ୪ଭାଇଙ୍କୁ ଥାନାକୁ ଡକାଯାଇଛି। ଏହି ସମସ୍ୟାର ସମାଧାନ ପଞ୍ଚାୟତ ମାଧ୍ୟମରେ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ହେଉଛି ଭାରତ, ବେଲଜିୟମ ଯିବ ଇଡି-ସିବିଆଇ ଟିମ୍‌

ନୂଆଦିଲ୍ଲୀ,୧୫।୪: ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଦଳ...

ଭାରତରେ ଦିଆଯିବ ଫାଶୀ? ଡରିଯାଉଛନ୍ତି ତହଉର, NIA ଅଧିକାରୀଙ୍କୁ ବାରମ୍ବାର ପଚାରୁଛନ୍ତି ଏହି ପ୍ରଶ୍ନ

ନୂଆଦିଲ୍ଲୀ,୧୫।୪: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତାହଉର ହୁସେନ ରାଣାଙ୍କୁ ପଚରାଉଚରା କରିବାର ଆଜି ପଞ୍ଚମ ଦିନ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଣା ଅଜମଲ...

କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ

ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ...

ସକାଳୁ ସକାଳୁ ଆସିଲା ଆଉ ଏକ ଭୟଙ୍କର ଭୂକମ୍ପ, ପାହାଡ଼ରୁ ଖସିଲା ପଥର, ଦେଖନ୍ତୁ ଭିଡିଓ

କାଲିଫର୍ନିଆ,୧୫।୪: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ସୋମବାର (ଏପ୍ରିଲ ୧୪) ସକାଳେ ସାନ ଡିଏଗୋରେ ୫.୨ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଲସ...

ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଜୀବନ ହାରିଲେ କଲେଜ ଛାତ୍ରୀ

ଆନନ୍ଦପୁର,୧୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆନନ୍ଦପୁର ଥାନା ଅଧୀନ ଫକିରପୁର ଅଞ୍ଚଳର ଏକ ଘରୋଇ ମହିଳା...

ପୁଣିଥରେ ଆଉ ଏକ ବୋମା ଫୁଟାଇବେ ଟ୍ରମ୍ପ, ସାରା ବିଶ୍ୱକୁ କରିବେ ଚକିତ! ୨୦ ଏପ୍ରିଲକୁ ଲାଗୁ ହୋଇପାରେ…

ଓ୍ବାଶିଂଟନ,୧୫।୪: ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ସେ ଯେଉଁ ପ୍ରଥମ ଆଦେଶ ଜାରି କରିଥିଲେ ତାହା...

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଡିଜେ: ଚାଲିଗଲା ୨ ଜୀବନ, ୭ ଆହତ

ଭଦ୍ରକ/ତିହିଡ଼ି,୧୫ା୪(ସନାତନ ରାଉତ/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପାଟୁଆ ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ଶୋଭାଯାତ୍ରାରେ ଆସୁଥିବା ଡିଜେ...

ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବାଲୁଗଁା/ବାଣପୁର,୧୫।୪(ସଂଗ୍ରାମ ପାଇକରାୟ/ଦିଲୀପ ସ୍ବାଇଁ): ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସୋମବାର ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image