କଟକ ଅଫିସ, ୨୮।୬: ମାଲକାନଗିରି ପରେ କଟକ ଏସ୍ସିବି ମେଡିକାଲରେ ସମାନ ଅବସ୍ଥା। ପୂର୍ବରୁ ଅସହାୟ ରୋଗୀମାନେ ବିିଭିନ୍ନ ସମୟରେ ଚିକିତ୍ସା ନ ପାଇଁ ମୃତ୍ୟୁବରଣ କରୁଥିବା ଖବର ଏସ୍ସିବି ମେଡିକାଲକୁ ଯଥେଷ୍ଟ ବଦନାମ କରିଛି। ଏବେ ଅସହାୟ ରୋଗୀଙ୍କ ସେବାରେ ନିୟୋଜିିତ ଥିବା ଆଟେଣ୍ଡାଣ୍ଟମାନେ ରୋଗୀସେବା ଛାଡି ଟିକ୍ଟକ୍ ଡ୍ୟାନ୍ସରେ ମାତିଛନ୍ତି। ଏହାର କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଉକ୍ତ ଆଟେଣ୍ଡାଣ୍ଟମାନେ ମେଡିକାଲର ଏକ ଘରୋଇ ସଂସ୍ଥାର କର୍ମଚାରୀ ବୋଲି ଜଣାପଡ଼ିଛି। ଶୁକ୍ରବାର ଏହି ଭିଡିଓ ସମ୍ମୁଖକୁ ଆସିବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଏହି ଭିଡିଓ ମେଡିକାଲରେ ରୋଗୀ ସେବାର ଅସଲ ଚେହେରାକୁ ପଦାରେ ପକାଇଛି। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି।