Posted inଖେଳ

ମାଲିଙ୍ଗା ମ୍ୟାଜିକ୍‌: ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ

ପାଲିକେଲ,୭।୯- ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୩୭ ରନରେ ବିଜୟୀ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇ ସିରିଜ ହାତଛଡ଼ା କରିଥିବା ଶ୍ରୀଲଙ୍କ ଏହି ମୁକାବିଲା ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୨୫ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୬ ଓଭରରେ ୮୮ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ନ୍ୟୁଜିଲାଣ୍ଡ ୨-୧ରେ ସିରିଜ ବିଜୟୀ ହୋଇଛି। ହ୍ୟାଟ୍ରିକ ନେବା ସହ ମାତ୍ର ୬ ରନରେ ୫ ଉଇକେଟ ଅକ୍ତିଆର କରିଥିବା ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ମାଲିଙ୍ଗାଙ୍କ ପ୍ରଦର୍ଶନ ଐତିହାସିକ ଥିଲା।
ନ୍ୟୁଜିଲାଣ୍ଡର ୪ଜଣ ବ୍ୟାଟ୍ସମ୍ୟାନ ହାମିଶ ରଦର୍ଫୋଡ, କଲିନ୍‌ ଡି ଗ୍ରାଣ୍ଡହୋମ, ଅଭିଜ୍ଞ ରସ୍‌ ଟେଲର ଓ ସ୍କଟ କୁଗେଲେଜିନ୍‌ ଖାତା ଖୋଲିପାରି ନ ଥିଲେ। ଓପନର କଲିନ୍‌ ମୁନରୋ ୧୨, ମିଚେଲ ସାଣ୍ଟନର ୧୬ ରନ କରିଥିବା ବେଳେ ଅଧିନାୟକ ଟିମ ସୌଦି ୨୮ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ଆନ୍ତିମ ଉଇକେଟରେ ସୌଦି ଓ ସେଠ ରାନ୍ସ ୩୬ ବଲରୁ ୩୬ ରନ କରି ଲଢ଼େଇ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଅଭିଜ୍ଞ ଲସିଥ ମାଲିଙ୍ଗା ସର୍ବାଧିକ ୫, ଅକିଲ ଦନଞ୍ଜୟ ୨, ଲକ୍ଷନ ସନ୍ଦକାନ ଓ ଓ୍ବାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଦନୁଷ୍କା ଗୁଣତିଲକା ସର୍ବାଧିକ ୩୦, ନିରୋଶାନ ଡିକ୍‌ଓ୍ବେଲା ୨୪, ଲାହିରୁ ମଦୁସନ୍‌କା ୨୦ ରନ କରି ଆଉଟ ହୋଇଥିଲେ। ଓ୍ବାନିଣ୍ଡୁ ହାସରଙ୍ଗା ୧୪ ରନ କରି ଅପରାଜିତ ରହିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ମିଚେଲ ସାଣ୍ଟନର ଓ ଟୋଡ ଆଶଲେ ୩ଟି ଲେଖାଏ ଏବଂ ସ୍କଟ୍‌ କୁଗେଲେଜିନ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୨୦ ଓଭରରେ ୧୨୫/୮
(ଗୁଣତିଲକା- ୩୦, ଡିକ୍‌ଓ୍ବେଲା- ୨୪, ମଦୁସନକା- ୨୦, ସାଣ୍ଟନର- ୩/୧୨, ଆଶଲେ- ୩/୨୮)।
ନ୍ୟୁଜିଲାଣ୍ଡ ୧୬ ଓଭରରେ ୮୮ ଅଲଆଉଟ୍‌
(ସୌଦି- ୨୮*, ସାଣ୍ଟନର- ୧୬, ମୁନ୍‌ରୋ- ୧୨, ମାଲିଙ୍ଗା- ୫/୬, ଦନଞ୍ଜୟ- ୨/୨୮, ସନ୍ଦକାନ- ୧/୩୩, ହାସରଙ୍ଗା- ୧/୧୨)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri