କୁଆଲାଲମ୍ପୁର,୨୧।୧: ଭାରତ ମାଲେସିଆରୁ ପାମ୍ ଅଏଲ୍ ଆମଦାନୀ କରିବା ଉପରେ କଡ଼ା କଟକଣା ଜାରି କରିଛି। ତେବେ ଏହାକୁ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମୋହାତିର୍ ମହମ୍ମଦ୍ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ, ଭାରତ ଭଳି ବୃହତ୍ ଅର୍ଥବ୍ୟବସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଲେସିଆ ଭଳି ଛୋଟ ଦେଶ ସମ୍ପୂର୍ଣ୍ଣ ଅକ୍ଷମ। ତେବେ ମାଲେସିଆ ଏହାର ବିକଳ୍ପ ବ୍ୟବସ୍ଥା ଉପରେ ଚିନ୍ତା କରିବ। ମାଲେସିଆ ଭାରତକୁ ପାମ୍ ଅଏଲ୍ ରପ୍ତାନୀ କରିଥାଏ। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ମାଲେସିଆ ପକ୍ଷରୁ ଭାରତକୁ କଡ଼ା ସମାଲୋଚନା କରାଯାଇଥିଲା। ଏହାପରେ ଭାରତ ପକ୍ଷରୁ ପାମ୍ ଅଏଲ୍ ଆମଦାନୀ ଉପରେ କଟକଣା ଜାରି ହୋଇଥିଲା।
Posted inଅନ୍ତର୍ଜାତୀୟ