ମେଲବୋର୍ନ,୨୬।୧(ପି.ଟି.)- ଅଷ୍ଟ୍ରେଲିଆନ୍ ଓପନ ମିକ୍ସଡ ଡବଲ୍ସ ଇଭେଣ୍ଟରେ ତାରକା ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ ୟୁକ୍ରେନ୍ ପାର୍ଟନର ନାଡିଆ କିଚେନୋଭ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ପ୍ରାରମ୍ଭିକ ମୁକାବିଲାରେ ଏହି ଇଣ୍ଡୋ- ୟୁକ୍ରେନ୍ ଯୋଡି ୟୁକ୍ରେନ୍ର ଅନ୍ୟତମ ଖେଳାଳି ଲିୟୁଡିମିଲା କିଚେନୋକ ଓ ଆମେରିକାର ଅଷ୍ଟିନ୍ କ୍ରାଜିସେକଙ୍କୁ ୭-୫, ୪-୬, ୧୦-୬ ସେଟ୍ରେ ହରାଇ ଅଗ୍ରଗତି କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଏହି ଯୋଡି ଆମେରିକା ଓ ବ୍ରାଜିଲ ଯୋଡି ନିକୋଲ ମେଲଚାର ଓ ବ୍ରୁନୋ ସୋଆରେସ୍ଙ୍କୁ ଭେଟିବେ। ବୋପାନ୍ନା ପ୍ରଥମେ ନିଜ ଦେଶର ସାନିଆ ମିର୍ଜାଙ୍କ ସହ ଖେଳିବାର କାର୍ଯ୍ୟକ୍ରମ ଥିଲା। ସାନିଆ ଇଞ୍ଜୁରି ହେବା କାରଣରୁ ବୋପାନ୍ନା ନାଡିଆଙ୍କ ସହ ଖେଳିଥିଲେ। ଅଭିଜ୍ଞ ଲିଆଣ୍ଡର ପେସ୍ ମିକ୍ସଡ ଡବଲ୍ସରେ ଜେଲେନା ଓଷ୍ଟାପେଙ୍କୋଙ୍କ ସହ କୋର୍ଟକୁ ଓହ୍ଲାଇବେ।