ନୂଆଦିଲ୍ଲୀ,୧୨ା୮(ଆଇଏଏନ୍ଏସ୍): କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତି ପରେ ଉପତ୍ୟକାରେ ଚାପା ଉତ୍ତେଜନା ଲାଗିରହିଛି। ଏଭଳି ସମ୍ବେଦନଶୀଳ ସମୟରେ କେତେକ ଗଣମାଧ୍ୟମ ମିଛ ଓ ମନଗଢ଼ା ଖବର ପ୍ରସାରଣ କରି ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛନ୍ତି। ସେଗୁଡ଼ିକ ମଧ୍ୟରେ କେତେକ ସ୍ଥାନୀୟ ଓ ବିଦେଶୀ ମିଡିଆ ସମେତ ଇଂଲିଶ ନ୍ୟୁଜ୍ ଓ୍ବେବ୍ସାଇଟ୍ ରହିଥିବା କୁହାଯାଉଛି। ବର୍ତ୍ତମାନ ସମ୍ପୃକ୍ତ ଗଣମାଧ୍ୟମଗୁଡ଼ିକୁ ଚିହ୍ନଟ କରାଯାଉଛି। ସେଗୁଡ଼ିକୁ ଆଇନଗତ ନୋଟିସ ଜାରି କରାଯିବ। ଆଉ ଦୋଷୀ ପ୍ରମାଣିତ ହେଲେ ବିଭ୍ରାଟ ସୃଷ୍ଟିକାରୀ ଗଣମାଧ୍ୟମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।