ମିଥ୍ୟା ବିଜ୍ଞାପନ ଦ୍ୱାରା ଠକିଲେ ହେବ ୨ ବର୍ଷ ଜେଲ; ଖାଉଟି ସୁରକ୍ଷା ବିଲ୍‌ ଲୋକ ସଭାରେ ପାସ୍‌

ନୂଆଦିଲ୍ଲୀ,୩୧-୭: ଖାଉଟି ସୁରକ୍ଷା ବିଲ୍‌ ମଙ୍ଗଳବାର ଲୋକସଭାରେ ପାସ୍‌ ହୋଇଛି। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ବିଲ୍‌ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଲ୍‌ କାର୍ଯ୍ୟକାରୀ ହେଲେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଗଠନ ହେବ। ବର୍ତ୍ତମାନ ବିଲ୍‌ରେ ଏଭଳି ନିୟାମକ ଗଠନ ନେଇ କୌଣସି ସୁବିଧା ନାହିଁ। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଗ୍ରାହକ କୌଣସି ଅସୁବିଧା ସାମ୍ନା କଲେ ଏହାର ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେବ। ବିଭ୍ରାନ୍ତିକର କିମ୍ବା ମିଥ୍ୟା ବିଜ୍ଞାପନ ଲାଗି ଉତ୍ପାଦନକାରୀ ଏବଂ ପ୍ରୋତ୍ସାହନକାରୀଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା, ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର କ୍ଷମତା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ଗ୍ରାହକଙ୍କ ଅଭିଯୋଗ ଉପରେ ଉକ୍ତ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଲ୍‌ରେ ପ୍ରସ୍ତାବ ରହିଛି। କର୍ତ୍ତୃପକ୍ଷ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହେବେ ବୋଲି କେନ୍ଦ୍ର ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ସୂଚନା ଦେଇଛନ୍ତି।
ପୂର୍ବରୁ ଗ୍ରାହକ ହଇରାଣ ହେଲେ ଅଭିଯୋଗ ସମାଧାନ ଲାଗି ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା। ଏଭଳି ପ୍ରସଙ୍ଗର ଗୁରୁତ୍ୱକୁ ବିଚାର କରି ସରକାର ଉକ୍ତ ବିଲ୍‌କୁ ମଞ୍ଜୁରି ଦେଇଥିବା ପାଶ୍ୱାନ କହିଛନ୍ତି। ଅଭିଯୋଗ ସମାଧାନ ଧାରା କିଭଳି ତ୍ୱରିତ ହୋଇ ପାରିବ ବିଲ୍‌ରେ ସେ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ଏହା ଉପଭୋକ୍ତାଙ୍କ ଅଧିକାରକୁ ପ୍ରୋତ୍ସାହିତ,ସୁରକ୍ଷିତ ଏବଂ କଡାକଡି ପାଳନ କରିବାରେ ସହାୟକ ହେବ। କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଉପଭୋକ୍ତା ଅଭିଯୋଗର ତଦନ୍ତ, ପୁନଃ ଆହ୍ବାନ, କ୍ଷତିପୂରଣ, ଜରିମାନା ଲାଗୁ କରିବାର ବ୍ୟବସ୍ଥା ବିଲ୍‌ରେ କରାଯାଇଛି। ଉପଭୋକ୍ତା ଅଧିକାର ଉଲ୍ଲଘଂନ, ଅସ୍ବଚ୍ଛ ବାଣିଜ୍ୟ କାରବାର, ବିଭ୍ରାନ୍ତିକର ବିଜ୍ଞାପନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଉପଭୋକ୍ତା ଅଧିକାରକୁ ସୁନିଶ୍ଚତ କରିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଏଥିରେ ଉଲ୍ଲେଖ ରହିଛି।
ଜୁଲାଇ ୮ରେ ଏହି ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା। ନୂଆ ବିଲ୍‌ ଆଇନରେ ପରିଣତ ହେଲେ ଖାଉଟି ସୁରକ୍ଷା ଆଇନ ୧୯୮୬ ବାଦ୍‌ ପଡିବ। ବିଧେୟକରେ ଖାଉଟି ବିବାଦ ସମାଧାନ କମିଶନ ଗଠନ ନେଇ ପ୍ରସ୍ତାବ ରହିଛି। ସେହିଭଳି ଅଭିଯୋଗ ବିଚାର ଲାଗି ଜାତୀୟ, ରାଜ୍ୟ ଏବଂ ଜିଲା ସ୍ତରରେ ଫୋରମ୍‌ ସ୍ଥାପନ ନେଇ ନିଷ୍ପତ୍ତି ହୋଇଛି। ଖାଉଟି ସୁରକ୍ଷା ବିଲ୍‌ ଲୋକସଭାରେ ପ୍ରଥମେ ଜାନୁୟାରୀ ୨୦୧୮ରେ ଆଗତ ହୋଇଥିଲା। ସେହିବର୍ଷ ଡିସେମ୍ବରରେ ଏହା ପାସ୍‌ ହୋଇଥିଲା। ମାତ୍ର ରାଜ୍ୟରେ ଏହା ପାସ୍‌ ହୋଇ ନ ହୋଇ ରହିଥିଲା। ପରେ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ଯୋଗୁ ଏହି ଧାରା ଆଗକୁ ବଢି ପାରି ନ ଥିଲେ। ସରକାର ନୂଆ କରି ଏହି ବିଲ୍‌କୁ ସଂଦସରେ ଉପସ୍ଥାପନ କରିଛନ୍ତି। ଯାହାକୁ ମଙ୍ଗଳବାର ଲୋକସଭାର ମଞ୍ଜୁରୀ ମିଳିଛି।
ବିଲ୍‌ରେ ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟ
– ପ୍ରଡକ୍ଟ ଲାୟାବିଲିଟି
– କାର୍ଯ୍ୟାନୁଷ୍ଠାନ
– ଚଢାଉ, ଜବତ ଲାଗି ମହାନିର୍ଦ୍ଦେଶକଙ୍କୁ କ୍ଷମତା
– ଗୋଷ୍ଠୀଗତ ଅଭିଯୋଗ କ୍ଷେତ୍ରରେ ଜିଲାପାଳ ହସ୍ତକ୍ଷେପ କରିପାରିବେ
– ଖରାପ ପ୍ରଡକ୍ଟ ପ୍ରତ୍ୟାହାର ହୋଇ ପାରିବ
– ଅଭିଯୋଗ ଦାୟର ଲାଗି ସିସିପିଏକୁ ଅଧିକ କ୍ଷମତା
– ସେଲିବ୍ରିଟି ବିଜ୍ଞାପନ ଉପରେ ଲାୟାବିଲିଟି
– ଇ-କମର୍ସ ,ପ୍ରତ୍ୟକ୍ଷ ବିକ୍ରି, ଟେଲି ମାର୍କେଟିଂ ବିଚାର ପରିସରଭୁକ୍ତ


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri