ନୂଆଦିଲ୍ଲୀ,୧୮-୧୨: ଅନ୍ୟ ଟେଲିକମ୍ ନେଟ୍ଓ୍ବର୍କକୁ ମିନିଟ ପିଛା ୬ ପଇସା କଲ୍ ଦର ଅବଧିକୁ ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) ମଙ୍ଗଳବାର ବର୍ଷେ ବଢାଇଛି। ଅନ୍ୟ ନେଟଓ୍ବର୍କ ମୋବାଇଲ କଲ୍ ଲାଗି ଇଣ୍ଟର ୟୁସେଜ ଚାର୍ଜ(ଆଇୟୁସି) ଆସନ୍ତା ବର୍ଷ ଡିସେମ୍ବର ୩୧ ଯାଏ ଲାଗୁ ହେବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏଥିଲାଗି ୧୪ ପଇସା ଲାଗୁ ହେଉଥିଲା। ମାତ୍ର ଏହାକୁ ଟ୍ରାଇ ୬ ପଇସାକୁ କମାଇଛି। ୨୦୧୭ ଅକ୍ଟୋବର ପହିଲାରୁ ଏହା ଲାଗୁ ହେଇଛି। ଯାହା ୨୦୨୦ ଡିସେମ୍ବର ୩୧ ଯାଏ କାର୍ଯ୍ୟକାରୀ ହେବ। ୨୦୨୧ ଜାନୁୟାରୀ ପହିଲା ପରଠାରୁ ଓ୍ବେରଲେସ ଟୁ ଓ୍ବେରଲେସ ଦେଶ ମଧ୍ୟରେ କଲ୍ ଲାଗି କୌଣସି ଚାର୍ଜ ଲାଗୁ ହେବ ନାହିଁ ବୋଲି ଟ୍ରାଇ କହିଛି।