ମୁକୁଳାପଡ଼ିଛି ଟ୍ରାନ୍ସଫର୍ମର, ଲୋକେ ଭୟଭୀତ

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୪ ନଂ ଓ୍ବାର୍ଡର ରାଉଳସାହି ନିକଟସ୍ଥ ୟୁଏଇ ହଲ୍‌ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରଟି ଦୀର୍ଘବର୍ଷ ଧରି  ମୁକୁଳାପଡ଼ିଛି। ଏହାର ଚତୁଃପାର୍ଶ୍ୱରେ ସୁରକ୍ଷାବାଡ଼ା ନ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏଥିସହିତ ଏହି ଟ୍ରାନ୍ସଫର୍ମର ନିକଟରେ ଏକ ବିଦ୍ୟାଳୟ ରହିଛି। ବର୍ତ୍ତମାନ ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ ଆସୁନାହାନ୍ତି। ମାତ୍ର ବିଦ୍ୟାଳୟ ଖୋଲିଲେ କୁନିକୁନି ପିଲାମାନେ ଏହି ଟ୍ରାନ୍ସଫର୍ମର ନିକଟ ଦେଇ କିପରି ଯାତାୟାତ କରିବେ ସେନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। କେତେବେଳେ ଅଘଟଣ ଘଟିବ କହି ହେବନାହିଁ। ଗଞ୍ଜାମ ସେକ୍ସନ ବିଦ୍ୟୁତ ବିଭାଗୀୟ କନିଷ୍ଠଯନ୍ତ୍ରୀ ଜିତେନ୍ଦ୍ର କୁମାର ରାଏଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ସେଠାରେ ଏକ ୧୦୦ କେଭି ଟ୍ରାନ୍ସଫର୍ମର ଥିଲା। ନିଅଣ୍ଟ ପଡ଼ିବାରୁ ୩୧୫ କେଭି ଟ୍ରାନ୍ସଫର୍ମର ଆଇପିଡିଏସ୍‌ ପକ୍ଷରୁ ବସାଯାଇଛି। କିନ୍ତୁ ସୁରକ୍ଷାବାଡ଼ା ନିର୍ମାଣ କରିବା ଆଇପିଡିଏସ୍‌ର ନିୟମ ନାହିଁ। ତେଣୁ ତାହା ସାଉଥ୍‌କୋ କରିବ। ବର୍ଷେ ହେବ ନିର୍ମାଣ କାର୍ଯ୍ୟ ସରିଥିବାବେଳେ ୬ ମାସ ହେବ ଚାର୍ଜ କରାଯାଇଛି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ସୁରକ୍ଷାବାଡ଼ା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଏହି ଟ୍ରାନ୍ସଫର୍ମରରୁ ଦୁର୍ଗାଦେବୀ ସାହି, ଆଖଡ଼ାବନ୍ଧ ସାହି ଏବଂ ରାଉଳ ସାହିକୁ ବିଦ୍ୟୁତ ଯୋଗାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି: ୩ ଗୁରୁତର

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ଖାରିଗୁଡା ନିକଟରେ ସୋମବାର ସାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସ୍କୁଟିରେ ବସିଥିବା ଦୁଇଜଣ ଏବଂ...

ଦଣ୍ଡଯାତ୍ରା ଉଦଯାପିତ: ମେରୁ ପର୍ବରେ ମା’ କାଳୀପୀଠ ଲୋକାରଣ୍ୟ

ହିଞ୍ଜିିଳିକାଟୁ, ୧୪।୪(ଦ୍ବିତୀକୃଷ୍ଣ ପଣ୍ଡା): ସୋମବାର ହିଞ୍ଜିିଳିକାଟୁ ଏବଂ ବିଭିନ୍ନ ଗ୍ରାମରେ ମା’ଦଣ୍ଡକାଳୀଙ୍କ ମେରୁପୀଠଗୁଡିକରେ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି। ମେରୁ ଖୁଣ୍ଟରେ ପୂଜା ନିମନ୍ତେ ଲୋକାରଣ୍ୟ ହୋଇଛି।...

ଦଣ୍ଡନାଚ ପ୍ରସାଦ ସେବନ ବେଳେ ମାରପିଟ: ବାପ-ପୁଅ ଗୁରୁତର

ଧରାକୋଟ,୧୪ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ତଥା ବଡଗଡ ଥାନା ଅନ୍ତର୍ଗତ ଢ଼ଉପଦା ଗ୍ରାମରେ ଦଣ୍ଡନାଚ ପ୍ରସାଦ ସେବନ ସମୟରେ ସାମାନ୍ୟ ବଚସାକୁ...

ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ବାଇକ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ କୁଲାଡର ସୁଷମା...

ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର...

ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image