ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ; କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟର ସମୀକ୍ଷା

ଅନୁଗୋଳ ଅଫିସ, ୧୨।୧୨:  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କର ଓ ଉପଦେଷ୍ଟା ପି.କେ. ପ୍ରଧାନ ଦୁଇ ଦିନିଆ ଅନୁଗୋଳ ଗସ୍ତ ଶେଷ କରି ମଙ୍ଗଳବାର ଫେରିଯାଇଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ସହ ସରକାରୀ ଯୋଜନାଗୁଡ଼ିକର କିପରି ରୂପାୟନ ହେଉଛି ତାହାର ସମୀକ୍ଷା କରିଥିଲେ। ସେହିପରି ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଅଧିକାରୀମାନେ ମେଡିକାଲର ବହିର୍ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ଏହି ସମୟରେ ମେଡିକାଲରେ ଚିକିତ୍ସିତ କେତେଜଣ ରୋଗୀଙ୍କ ସହ ଆଲୋଚନା କରିଥିଲେ। ପରିଦର୍ଶନ ବେଳେ ଡାଇଲିସିସ୍‌ ୱାର୍ଡରେ ଅବ୍ୟବସ୍ଥା ଦେଖି କମିଟି ସଦସ୍ୟମାନେ ଖପ୍ପା ହୋଇଥିଲେ। ସେହିପରି ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ରୋଗୀଙ୍କୁ ଏଠାରେ ଅସ୍ତ୍ରୋପଚାର କରାଯାଉ ନ ଥିବା ଜାଣି କମିଟି ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ।
ଅଧିକାରୀମାନେ ସୋମବାର ସନ୍ଧ୍ୟା ସାଢ଼େ ସାତଟାରେ ପହଞ୍ଚତ୍ବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କେନ୍ଦ୍ରରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ କରିଥିଲେ। ଜିଲାରେ ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା କିପରି ଭାବେ ନିୟନ୍ତ୍ରଣ କରାଯାଉଛି, ଲୋକଙ୍କୁ କିପରି ସଚେତନ କରାଯାଉଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଚକ୍ଷୁ ବିଭାଗ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଓ ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ଥିଲେ ମଧ୍ୟ କାହିଁକି ଅସ୍ତ୍ରୋପଚାର କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। ତୁରନ୍ତ ଲୋକଙ୍କୁ ଏଣେ ତେଣେ ନ ପଠାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରିବାକୁ ସ୍ବତନ୍ତ୍ର ସଚିବ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବହିର୍ବିଭାଗ (କାଜୁଆଲଟି)ରୁ ୩ ଜଣିଆ ଟିମ୍‌ ପରିଦର୍ଶନରେ ବାହାରିଥିଲେ। ପରେ ପୁରୁଷ ୱାର୍ଡ ସହ ୩ ମହଲା ପରିଦର୍ଶନ କରିଥିଲେ। ମେଡିକାଲରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି, ବେଡସିଟ୍‌ ଦୈନିକ ବଦଳାଯାଉଛି କି ନାହିଁ ସେ ନେଇ ପଚାରି ବୁଝିଥିଲେ। ନୂଆକରି ଖୋଲିଥିବା ଜେରିଆଟିକ୍‌ ୱାର୍ଡ, ଡାଇଲିସିସ୍‌ ୱାର୍ଡ, ଏସ୍‌ଏନ୍‌ସିୟୁ, ରକ୍ତ ସିକୁଳି(ସକିଲିନ୍‌) ବିଭାଗ ମଧ୍ୟ ବୁଲିଥିଲେ। ଡିଏମ୍‌ଏଫ୍‌ ପାଣ୍ଠିରୁ ମେଡିକାଲକୁ ଶହେଟି ଛୋଟ ବେଡ୍‌ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ କହିଥିଲେ। ଉକ୍ତ ଟିମ୍‌ ସହ ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି, ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ, ଏଡିଏମ୍‌ଓ ଜନସ୍ବାସ୍ଥ୍ୟ ବିଭାଗ ରାକେଶ କୁମାର ସାହୁ, ଏଡିଏମ୍‌ଓ ପରିବାର କଲ୍ୟାଣ ତ୍ରିଲୋଚନ ସାହୁଙ୍କ ସହ ଅନ୍ୟ ଡାକ୍ତର, ଷ୍ଟାଫନର୍ସ ଓ ମେଡିକାଲ ପରିଚାଳକ ଉପସ୍ଥିିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଣାଇଁରେ ନାବାଳିକା କୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଘଟଣା: ୧୮ ଦିନ ପରେ ପୋଲିସ ହାତରେ ଅଭିଯୁକ୍ତ

ବଣାଇଁ, ୨୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଜିକୁ ଅଠର ଦିନ ତଳେ ଅର୍ଥାତ ଚଳିତ ମାସ ୬ ତାରିଖ ଦିନ ଘଟିଥିବା...

ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ...

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ...

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

ମହାସମାରୋହରେ ପାଳିତ ହେଲା ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା/ଜୁନାଗଡ଼, ୨୪।୯(ଉତ୍ତମ କୁମାର ଦାଶ /ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ...

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୪ା୯(ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମାରେ ୨ ମାଓବାଦୀ ସୋଡି ଭୀମା ଓ ମୁଦାମି ହଣ୍ଡା ପୋଲିସ ନିକଟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସୋଡିଙ୍କ ନାମରେ...

ଜୟ ମହାକାଳ ଫାଉଣ୍ଡେସନର ରକ୍ତଦାନ ଶିବିର , ଥାଲାସେମିଆ ରୋଗୀଙ୍କ ପାଇଁ ବଡ଼ ପଦକ୍ଷେପ

ଯାଜପୁର,୨୪।୯: ରକ୍ତଦାନ ମହତଦାନ । ଏହା ଆଉ ଏକ ଜୀବନକୁ ବଞ୍ଚେଇ ରଖେ । ଯାହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଜରୁରୀକାଳୀନ ପରିସ୍ଥିତି...

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri