ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ରୋଗୀ ହଇରାଣ

ମାଲକାନଗିରି,୮ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ୍‌ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ୭ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟି ଥିବା ବେଳେ ସେଥିରୁ ପୂର୍ବରୁ ୩ଟି ଲିଫ୍ଟ ଅଚଳ ହୋଇ ପଡିଛି। ଏବେ କାର୍ଯ୍ୟ କରୁଥିବା ଲିଫ୍ଟଟି ମଧ୍ୟ ଅଚଳ ହୋଇ ପଡିଛି ା ଚିକିତ୍ସାଳୟର ତୃତୀୟ, ଚତୁର୍ଥ ଓ ପଞ୍ଚମ ମହଲାରେ ଶିଶୁ ବିଭାଗ, ମହିଳା ବିଭାଗ, ଅସ୍ତିଶଲ୍ୟ, ଭେଷଜ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ବୃଦ୍ଧାବୃଦ୍ଧ କିମ୍ବା ଜରୁରୀ ଗୁରୁତର ରୋଗୀଙ୍କୁ ଉପର ମହଲାକୁ ନେବା ଆଣିବା ବେଳେ ସମସ୍ୟା ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅନିଲ ପାଢୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଶାଖାପାଟଣାର ଏକ ଘରୋଇ କମ୍ପାନୀ ଉପରେ ଲିଫ୍ଟଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଛି। ଲକଡାଉନ ଯୋଗୁ ମରାମତି କରିବାକୁ କମ୍ପାନୀ ଲୋକ ଆସିପାରୁ ନାହାନ୍ତି। ଆଗାମୀ ଦୁଇଦିନ ମଧ୍ୟରେ ଏହାର ମରାମତି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି,୧୨ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି। ଦାନ୍ତଓ୍ବୋଡା ଏବଂ ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ପୋଲିସର ଏନକାଉଣ୍ଟରରେ ଦୁଇ...

କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ

ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି...

କାର୍ଯ୍ୟକଳାପରେ ଅସନ୍ତୋଷ: ପଡ଼ିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା

ମାଲକାନଗିରି,୫।୪ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡିଆ ବ୍ଲକରେ ଦୀର୍ଘ ଦିନ ଧରି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ସମିତି ସଭ୍ୟଙ୍କ ବିକ୍ଷୋଭ ଚାଲିଥିବା ବେଳେ ଶୁକ୍ରବାର...

ପୋଲିସ ସହ ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୩(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଓ ବିଜାପୁର ଜିଲା ସୀମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀଙ୍କ...

ସୁକ୍‌ମା ଏନ୍‌କାଉଣ୍ଟର: ୧୮ ମାଓବାଦୀ ନିହତ

ମାଲକାନଗିରି, ୩୦ା୩(ଦୁର୍ଯ୍ୟୋଧନ ପାତ୍ର), ସୁକମା (ପି.ଟି.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା ଅଧୀନ କେରାଲପାଲ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଶନିବାର...

ବିଧାନସଭା ଘେରିଲେ ରାଜ୍ୟ ରଙ୍ଗତୂଳୀ କଳାକାର

ମାଲକାନଗିରି,୨୯ା୩: ଅଲ୍‌ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ୧୦ ଦଫା ଦାବି ନେଇ ରଜ୍ୟର ରଙ୍ଗତୂଳୀ କଳାକାରଙ୍କ ଏକ ବିରାଟ ଶୋଭାଯାତ୍ରା ରାଜମହଲ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩(ଦୁର୍ଯ୍ୟୋଧନ ପାତ୍ର): ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ବର୍ତ୍ତମାନ ସୁଦ୍ଧା ୧୬ଜଣ ମାଓବାଦୀଙ୍କ ମୃତଦେହ...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image