ହାଇଦ୍ରାବାଦ୍,୨୩।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ ବାସ ଭବନ ସୁରକ୍ଷା ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କରାଯାଇଥିବା କୁହାଯାଉଛି। ଏହାପୂର୍ବରୁ ଜଗନମୋହନଙ୍କ ଅମରାବତୀସ୍ଥିତ ବାସଭବନର ସୁରକ୍ଷା ପାଇଁ ୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସମୟରେ ଜଗନମୋହନ ସୁରକ୍ଷା ଲାଗି ଖର୍ଚ୍ଚ ହେଉଥିବା ଟଙ୍କାର ବିରୋଧ କରିଥିଲେ। ତେବେ ବର୍ତ୍ତମାନ ଜଗନମୋହନ ଏଭଳି କରୁଥିବାରୁ ବିରୋଧୀ ଟିଡ଼ିପି ପକ୍ଷରୁ ସମାଲୋଚନା ଆରମ୍ଭ ହୋଇଛି।