ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିବା ପରେ ଭାଜପାର ସମାଲୋଚନା

ଭୁବନେଶ୍ୱର, ୪।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ବିଜେପୁର ଆସନରୁ ଲଢିଥିଲେ ା ସେ ସେହି ବିଧାନସଭା ନିର୍ବାଚନଣ୍ଡଳୀରୁ ଜିତିଲେ ା ଏଥିସହିତ ତାଙ୍କ ପାରମ୍ପରିକ ହିଞ୍ଜିଳି ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଉଭୟ ଆସନରୁ ବିଜୟୀ ହୋଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଅନେକ ଯୋଜନା କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କାହିଁକି ବିଜେପୁରବାସୀଙ୍କୁ ପ୍ରତ୍ୟାଖାନ କଲେ, ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ା ୨୦୧୮ରେ ବିଜେପୁର ଉପନିର୍ବାଚନ ଏବଂ ବର୍ତ୍ତମାନ ଆସନ୍ନ ଉପନିର୍ବାଚନ ପାଇଁ ପ୍ୟାକେଜ ଘୋଷଣା ନାଁରେ ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି ା ଗୋଟିଏ ମଧ୍ୟ ପ୍ରତିଶ୍ରୁତି ପାଳନ କରିଲେନାହିଁ ା କେବଳ ଗୋଟିଏ ଘୋଷଣାକୁ ବାରମ୍ବାର କହି ମୁଖ୍ୟମନ୍ତ୍ରୀ ସମଗ୍ର ପଶ୍ଚିମାଞ୍ଚଳବାସୀଙ୍କ ଭାବନା ସହ ଖେଳିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି ା
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଖବରଦାତାମାନଙ୍କୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି, ବିଜେପୁରରେ ହେବାକୁ ଥିବା ଉପନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଇଛିି। ଏହା ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ପ୍ରତାରଣା। ଗତ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ଘୋଷଣା କରିଥିବା ପ୍ରକଳ୍ପ ମଧ୍ୟରୁ ଗୋଟିଏ ହେଲେ କାମ ଆରମ୍ଭ କଲେନାହିଁ ା ପୂର୍ବରୁ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବାରେ ମୁଖ୍ୟମନ୍ତ୍ରୀ ମାହିର। ଏବେ ସେ ବିଜେପୁରରୁ ଲଢ଼ି ଆଉ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପୁରବାସୀଙ୍କୁ ଅପମାନିତ କରିଛନ୍ତି। ବର୍ତ୍ତମାନ ଘୋଷଣା ହୋଇଥିବା ପ୍ୟାକେଜରେ ନୂଆ କିଛିନାହିଁ ା କେବଳ ପୁରୁଣା ପ୍ୟାକେଜକୁ ଆଉଥରେ ଘୋଷଣା କରିଛନ୍ତି ା ପୂର୍ବରୁ ଘୋଷିତ ଗଙ୍ଗାଧର ମେହେର ଜଳ ପ୍ରକଳ୍ପ କୁଆଡେ ଗଲା ରାଜ୍ୟ ସରକାର ତାର ଜବାବ୍‌ ରଖନ୍ତୁ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଏହିସବୁ ଅଞ୍ଚଳରେ ତୈଳ ବିଶୋଧନାଗାର, ଆଇଆଇଏମ୍‌ ଶିକ୍ଷାନୁଷ୍ଠାନ, ବୁର୍ଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ ଝାରସୁଗୁଡାରେ ଏୟାରପୋର୍ଟ ପାଇଁ ପଦକ୍ଷେପ ନେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଗୋଟିଏ ହେଲେ ଜନହିତକର ପଦକ୍ଷେପ ନେଇନାହାନ୍ତି। ଯେଉଁଥିରେ ପଶ୍ଚିମ ଓଡ଼ିଶାବାସୀ ଖୁସି ହେବେ। କେବଳ ପ୍ୟାକେଜ ଘୋଷଣା କରି ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିବେ। ଆଗାମୀ ଦିନରେ ଏଭଳି ପ୍ରତାରଣାର ଜବାବ ବିଜେପୁରବାସୀ ନିଶ୍ଚିତ ଦେବେ ବୋଲି ଜୟନାରାୟଣ କହିଛନ୍ତି।
ଜୟନାରାୟଣଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା ନବ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ଛାଡ଼ି ନାହାନ୍ତି ବରଂ ବିଜେପୁରବାସୀଙ୍କ ସବୁ ଦାୟିତ୍ୱ ନେଲେ। ପୂର୍ବରୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଏବେ ଯେଉଁ ଘୋଷଣା କରିଛନ୍ତି ସେସବୁର ସମୀକ୍ଷା କରି କାର୍ଯ୍ୟ କରିବେ। ଯେହେତୁ ୨ଟି ଆସନ ରଖିହେବନି ସେଥିଲାଗି ଗୋଟିଏ ଆସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପୁରରେ ବିକାଶମୂଳକ କାର୍ଯ୍ୟ ହେବ ବୋଲି ପଶ୍ଚିମ ଓଡ଼ିଶା ଲୋକ ବିଶ୍ୱାସ କରିଛନ୍ତି। କାହାକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ନିର୍ବାଚନ ଲଢି ନ ଥିଲେ। ଆମମାନଙ୍କ ଅନୁରୋଧ ରକ୍ଷା କରି ଲଢିଥିଲେ। ଆଗକୁ ତାଙ୍କ ନିଷ୍ପତ୍ତି ଯାହା ହେବ ଆମେମାନେ ମାନିବୁ। ଯାହାକୁ ସେ ପ୍ରାର୍ଥୀ କରିବେ ସେ ନିଶ୍ଚିତ ଜିତିବେ ବୋଲି ନବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri