ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅଗ୍ନିପୁର ଗ୍ରାମବାସୀ ଓ ମହିଳା ଗୋଷ୍ଠୀଙ୍କ ତରଫରୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି ା ଗ୍ରାମବାସୀ ନିଜ ସାମର୍ଥ୍ୟ ଅନୁଯାୟୀ ୬ହଜାର ୮୦ଟଙ୍କା ଆଦାୟ କରିବା ପରେ ୱାର୍ଡସଭ୍ୟ ମାୟାଧର ଜେନା ଓ ଅଜୟ ବେହେରାଙ୍କ ମାଧ୍ୟମରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିନିଧି ପ୍ରକାଶ ଲେଙ୍କାଙ୍କୁ ପ୍ରଦାନ କରିଥିଲେ। ସେହିଭଳି ଗ୍ରାମର ମା’ ବୁଢୀ ଜାଗୁଳାଇ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ସଭାପତି ବାସନ୍ତୀ କାୟସ୍ଥଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ହଜାର ୧ଶହ ଟଙ୍କା ପ୍ରଦାନ କରାଯାଇଛି ା