ବାରିପଦା ଅଫିସ,୩୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୩୦ ତାରିଖରେ ବାରିପଦା ଗସ୍ତରେ ଆସିଥିଲେ। ସେହି ସମୟରେ ବାରିପଦା ତକତପୁରସ୍ଥିତ ମୟୂରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାର ନିଜ ହାତକୁ ନେବାକୁ ବିଚାର କରୁଥିବା ଘୋଷଣା କରିଥିଲେ। ଇତିମଧ୍ୟରେ ୪ ମାସ ବିତିଯାଇଥିଲେ ବି ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଉକ୍ତ କଲେଜ ଉତ୍ତର ଓଡ଼ିଶାର ଏକମାତ୍ର ଆୟୁର୍ବେଦିକ କଲେଜ। ୧୯୮୩ ମସିହାରେ ବାରିପଦାର କିଛି ଆୟୁର୍ବେଦ ପ୍ରେମୀ ଏହି କଲେଜ ପ୍ରତିଷ୍ଠା କରାଇଥିଲେ । ତେବେ କଲେଜରେ କମ୍ କର୍ମଚାରୀ ଥିବା ଦର୍ଶାଇ ୨୦୦୮ ମସିହାରେ କଣ୍ଟ୍ରୋଲର କାଉନସିଲ ଅଫ ଇଣ୍ଡିଆ ମେଡିସିନ କଲେଜରେ ନାମଲେଖା ପ୍ରକ୍ରିୟାକୁ ବନ୍ଦ କରିଥିଲେ। ତେବେ ୧୦୦ ବେଡ ଥିବା ଏହି କଲେଜକୁ ରୋଗୀମାନେ ନିୟମିତ ଭାବେ ଆସୁଥିବା ବେଳେ ଡାକ୍ତରଙ୍କ ରିପୋର୍ଟ ନେଇ ବାହାରେ ମେଡିସିନ କିଣୁଛନ୍ତି। ତେବେ ଆସନ୍ତା ଜୁନ ୧୦ ତାରିଖ ମଧ୍ୟରେ ସରକାରଙ୍କ ଏକ ଟିମ୍ ଏହି କଲେଜକୁ ଗସ୍ତ କରିବ ବୋଲି ଜଣାପଡିଛି।
Posted inବାଲେଶ୍ୱର