ରାୟଗଡ଼ା,୨୩।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ମନ୍ତ୍ରୀମାନେ ବିଦ୍ୟାଳୟ ଗସ୍ତକରି ଖାଦ୍ୟର ମାନ ପରଖିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ବୁଧବାର ରାୟଗଡ଼ା ଜିଲା ଗସ୍ତରେ ଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଚାନକ ଭାକୁରଗୁଡ଼ା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ବର୍ଷା ସତ୍ତ୍ୱେ ମନ୍ତ୍ରୀ ପାଣିଗ୍ରାହୀ ବିଦ୍ୟାଳୟରେ ପହଞ୍ଚି ପ୍ରଥମେ ସପ୍ତମ ଶ୍ରେଣୀକୁ ସକାଳ ଭୋଜନ ସମ୍ପର୍କରେ ପଚାରିବା ସହ ଦୈନନ୍ଦିନ କ’ଣ ସବୁ ଖାଉଛନ୍ତି ଜାଣିବାକୁ ଚାହିଁଥିଲେ । ଏଥିରେ ପୂର୍ବତନ କୋରାପୁଟ ଏମ୍ପି ଝିନ୍ନ ହିକ୍କକା, ପିଡି ଡିଆର୍ଡିଏ ଅମୃତ ଋତୁରାଜ ସହ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।
Posted inଆମ ଜିଲା ଖବର, ରାୟଗଡା