ଭବାନୀପାଟଣା,୧୮।୪ (ସ୍ବ.ପ୍ର.): କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଛି କଳାହାଣ୍ଡି ଜିଲା ଶିକ୍ଷା ବିଭାଗ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ଜିଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ସମୁଦାୟ ୭୭ ଲକ୍ଷ ୪୧ ହଜାର ୫୮ ଟଙ୍କାର ଏକ ଚେକ୍ କଳାହାଣ୍ଡି ଜିଲାପାଳ ଡ଼.ଗାଭାଲି ପରାଗ ହର୍ଷଦଙ୍କୁ ପ୍ରଦାନ କରିଛନ୍ତି। ସୂଚନା ମୁତାବକ ଜିଲା ଶିକ୍ଷାଧିକାରୀ ସୁଶାନ୍ତଙ୍କ ନେତୃତ୍ୱରେ ଜିଲାର ପ୍ରାଥମିକ, ମାଧ୍ୟମିକ, ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ, ଜିଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ, ସର୍ବ ଶିକ୍ଷା ଅଭିଯାନର କର୍ମଚାରୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ସ୍ବଇଛାରେ ପ୍ରଦାନ କରିଛନ୍ତି। କରୋନାର ମୁକାବିଲା ପାଇଁ ଘରେ ରହିବାକୁ ଶିକ୍ଷକ ସଂଘ ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, କଳାହାଣ୍ଡି