ବଇଣ୍ଡା,୬ା୫(ଡି.ଏନ୍.ଏ)-କରୋନା ମୁକାବିଲା ପାଇଁ ବୁଧବାର କିଶୋରନଗର ବ୍ଲକ ୫ ଟି ପଞ୍ଚାୟତର ଏମବିକେ ମହିଳା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୩୦୦ ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏକାଉଣ୍ଟରେ ଡିପୋଜିଟ କରି ରସିଦକୁ କିଶୋରନଗର ବିଡିଓ ଅମୃତା ପ୍ରିୟମ୍ବଦାଙ୍କୁ ନୁନୁକାପଶି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଜଳଧର ସାହୁ, ଏମବିକେ ଲିଲା ବିଶ୍ୱାଳ, ଗୀତାଞ୍ଜଳି ସାହୁ, ସଶ୍ମିତା ଦେହୁରି, ଅମ୍ବୁଜାବାଳା ବେହେରାଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା।