ପାଟକୁରା,୭।୧୦(ଡିଏନଏ)- ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକର ବେଡାରୀ ଗ୍ରାମ ପଞ୍ଚାୟତରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ପନିପରିବା ବିହନ ବଣ୍ଟନ କରାଯାଇଛି। ଲଙ୍କା ମଞ୍ଜି ୫୦ ଗ୍ରାମ, କଖାରୁ ୧୦୦, କୋଶିଳା ୧୦୦, ଭେଣ୍ଡି ୨୦୦, ଝୁଡ଼ଙ୍ଗ ୧୦୦ ଗ୍ରାମର ମଞ୍ଜିକୁ ସରପଞ୍ଚ ଗୋକୁଳାନନ୍ଦ ବେହେରା, ଉଦ୍ୟାନ କୃଷିର ପ୍ରଶାନ୍ତ କୁମାର ରାଉତରାୟ, କୃଷକ ସାଥୀ ରବୀନ୍ଦ୍ର ପରିଡ଼ା, ସମିତି ସଭ୍ୟ ଭବବତୀ ସେଠୀ ପ୍ରମୁଖ ଚାଷୀଙ୍କୁ ବଣ୍ଟନ କରିଥିଲେ। ପ୍ରତ୍ୟେକ ପଞ୍ଚାୟତର ୨୫ଜଣ ଚାଷୀଙ୍କୁ ଏହି ପୁଡ଼ିଆ ପ୍ରଦାନ କରାଯାଇଛି।