ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯିବା ନିମନ୍ତେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ସର୍ବଶକ୍ତିମାନ ପ୍ରତିନିଧି। ସେମାନଙ୍କ ଭାଷା ସରକାରୀ, ବିଧାନସଭା ଏବଂ ବିଚାର ବିଭାଗୀୟ କାର୍ଯ୍ୟରେ ପ୍ରୟୋଗ ହେବା ଅପରିହାର୍ଯ୍ୟ ବୋଲି ପ୍ରଦୀପ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।