ପ୍ରିୟଜନଙ୍କ ସହ ମନାନ୍ତର ହେଉ ବା କୌଣସି କାର୍ଯ୍ୟରେ ଅସଫଳତା, ଏମିତି ବିଭିନ୍ନ କାରଣ ହେତୁ ଆମର ମୁଡ ଅଫ୍ ହେଇଯାଏ। ମୁଡ ଅଫ୍ ହେବା ଆମ ମାନସିକତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେବେ ଯଦି ମୁଡ ଅଫ୍ ହୋଇଥାଏ ତେବେ କିଭଳି ଭାବେ ସେହି ପରିସ୍ଥିତିକୁ ହ୍ୟାଣ୍ଡେଲ କରିବେ ସେ ସମ୍ପର୍କରେ….
* ଯଦି ଆପଣଙ୍କର କୌଣସି ପରିସ୍ଥିତି ବା ଘଟଣା ହେତୁ ବାରମ୍ବାର ମୁଡ ଅଫ୍ ହେଉଛି ତେବେ ସେହି ସବୁଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
* କିଛି ସମୟ ବାହାରେ ବୁଲି ଆସନ୍ତୁ ବା ରିଫ୍ରେସମେଣ୍ଟ ପାଇଁ ଟିଭି ଦେଖନ୍ତୁ, ବହି ପଢନ୍ତୁ ବା ଗୀତ ଶୁଣନ୍ତୁ।
* ନକାରାତ୍ମକ ମାନସିକତା ରଖୁଥିବା ବ୍ୟକ୍ତି ମାନଙ୍କୁ ନିଜ ଜୀବନରୁ ଆସ୍ତେ ଆସ୍ତେ ଦୂରେଇ ଦିଅନ୍ତୁ।
* ଖୁସମିଜାଜ ଲୋକଙ୍କ ସହ କଥା ହୁଅନ୍ତୁ ଯାହା ଦ୍ୱାରା ଆପଣ ସକାରାତ୍ମକ ଉର୍ଜା ପାଇପାରିବେ।
* ଯେବେ ବି ଆପଣଙ୍କ ମୁଡ ଅଫ୍ ଥାଏ ସେତେବେଳେ ନିଜର ନିଃଶ୍ୱାସ ପ୍ରଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରୀଭୁତ କରନ୍ତୁ।
* ମୁଡ ଅଫ୍ ଦୂର କରିବା ଲାଗି ଆପଣ ଶପିଙ୍ଗ କରିପାରିବେ, ସ୍ବାସ୍ଥ୍ୟକର ଖାଦ୍ୟ ଖାଇପାରିବେ ବା ନିଜ ମନପସନ୍ଦର ଗୀତ ବଜାଇ ନାଚି ମଧ୍ୟ ପାରିବେ।