ମୁଣ୍ଡବ୍ୟଥା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଏଥରୁ ଅନେକାଂଶରେ ଉପଶମ ମିଳିପାରିବ। ସେ ସମ୍ପର୍କରେ ଟିପ୍ସ…
ଡାଲଚିନି ଗୁଣ୍ଡକୁ ପାଣିରେ ମିଶାଇ ମଥାରେ ଲେପ ଦେଲେ ମୁଣ୍ଡ ବିନ୍ଧାରୁ ଉପଶମ ମିଳିଥାଏ।
ଖରାଦିନରେ ମୁଣ୍ଡ ବିନ୍ଧିଲେ ମଥାରେ ଚନ୍ଦନର ଲେପ ଦେଲେ ଏଥିରୁ ଆରାମ ମିଳେ।
ମୁଣ୍ଡରେ ନଡ଼ିଆ ତେଲ ଭଲ ଭାବରେ ମାଲିସ କଲେ ତାହା ମୁଣ୍ଡ ବିନ୍ଧା ସମସ୍ୟରୁ କେତେକାଂଶରେ ମୁକ୍ତି ଦେଇଥାଏ।
ଗ୍ଲାସେ ପାଣିରେ ଅଳ୍ପ ଲେମ୍ବୁରସ ମିଶାଇ ପିଅନ୍ତୁ। ଏହାଦ୍ୱାରା ମୁଣ୍ଡବିନ୍ଧାରୁ ଉପଶମ ମିଳିଥାଏ।
ଯଦି ଥଣ୍ଡା ଯୋଗୁ ମୁଣ୍ଡବିନ୍ଧା ହେଉଥାଏ ତେବେ ମିଶ୍ରି ଏବଂ ଧନିଆକୁ ପାଣିରେ ମିଶାଇ ଫୁଟାନ୍ତୁ। ଏହି ପାଣିକୁ ପିଇଲେ ମୁଣ୍ଡବିନ୍ଧାରୁ କେତେକାଂଶରେ ଲାଘବ ମିଳିଥାଏ।
ଯଦି ମାନସିକ ଚାପରୁ ମୁଣ୍ଡ ବିନ୍ଧୁଛି ତେବେ ୨-୩ଟି ଲବଙ୍ଗ ଏବଂ ଅଳ୍ପ ଲୁଣକୁ ଭଲ ଭାବରେ ବାଟି ଏହି ମିଶ୍ରଣକୁ କ୍ଷୀରରେ ମିଶାଇ ପିଅନ୍ତୁ।