ନୂଆଦିଲ୍ଲୀ,୧୬।୧୧: କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶଓ୍ବାନ ଶନିବାର ପାଣିର ଗୁଣବତ୍ତାକୁ ନେଇ ଏକ ର଼୍ୟାକିଂ ଜାରି କରିଛନ୍ତି। ଏହାକୁ ନେଇ ସେ କାହାକୁ ଦୋଷ ଦେଇ ନ ଥିବା ପ୍ରକାଶ କରିଛନ୍ତି। ଦିଲ୍ଲୀ ସମେତ ପ୍ରାୟ ୨୦ଟି ରାଜ୍ୟର ପାଣିର ନମୁନାକୁ ନେଇ ସେ ଏକ ରିପୋର୍ଟ ଜାରି କରିଛନ୍ତି। ଯେଉଁଥିରେ ମୁମ୍ବାଇର ପାଣି ସବୁଠାରୁ ବିଶୁଦ୍ଧ ବୋଲି ଜଣାପଡିଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଅହମ୍ମଦାବାଦ ଓ ତୃତୀୟ ସ୍ଥାନରେ ଭୁବନେଶ୍ୱର। ତେବେ ରାଜଧାନୀ ଦିଲ୍ଲୀର ପାଣି ସବୁଠାରୁ ଦୂଷିତ ବୋଲି କୁହାଯାଇଛି। ପ୍ରାୟ ୧୦ଟି ମାନଦଣ୍ଡକୁ ନେଇ ପାଣିର ଗୁଣବତ୍ତାକୁ ପରୀକ୍ଷା କରାଯାଇଛି।