ମୁମ୍ବାଇ,୧୨।୮: ମୁମ୍ବାଇ ମହାନଗରକୁ ଦାମୀ ସହର କୁହାଯାଉଥିବା ବେଳେ ଏଠାରେ ୨ଟି ସିଝା ଅଣ୍ଡାର ଦାମ୍ ୧୭୦୦ଟଙ୍କା ହୋଇଥିବା ଜଣାପଡିଛି। ସୋସିଆଲ ମିଡିଆରେ ଏମିତି ଏକ ଖବର ରବିବାର ଭାଇରାଲ ହୋଇଛି। ଲେଖକ ତଥା ଫଟୋଗ୍ରାଫର କାର୍ତ୍ତିକ ଧର ତାଙ୍କ ଟୁଇଟରରେ ଲେଖିଛନ୍ତି କି ମୁମ୍ମାଇର ଫୋର ସିଜନ୍ସ ହୋଟେଲରେ ୧୮ ପ୍ରତିଶତ ଜିଏସ୍ଟି ସହ ୨ଟି ସିଝା ଅଣ୍ଡାର ଦାମ୍ ୧୭୦୦ଟଙ୍କା। ଏହାସହ ସେ ରାହୁଲ ବୋଷଙ୍କୁ ଟ୍ୟାଗ କରି ଆନ୍ଦୋଳନ କରିବାକୁ ଲେଖିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ବୋଷ ଚଣ୍ଡିଗଡରେ ଏକ ହୋଟେଲରେ ୨ଟି କଦଳୀର ଦାମ୍ ଜିଏସ୍ଟି ସହ ୪୪୨ ଟଙ୍କା ଦେଇଥିଲେ। ଏହାପରେ ବୋଷ ଏହାର ବିଲ୍ ଟୁଇଟ୍ କରିବା ପରେ ଉକ୍ତ ହୋଟେଲ ଉପରେ ଜରିମାନା ଲାଗିଥିଲା।