ମୁରବିହୀନ ସମାଜ

ହରିହର ତ୍ରିପାଠୀ
ସମାଜରେ ଗୁରୁଜନ କହିଲେ ଆମେ ସାଧାରଣତଃ ବୟସ୍କ ବ୍ୟକ୍ତିମାନଙ୍କୁ ବୁଝୁ; ଯେଉଁମାନଙ୍କ ଅନୁଭୂତି, ଅଭିଜ୍ଞତା ସମାଜ ନିମନ୍ତେ ଅତ୍ୟନ୍ତ ମୂଲ୍ୟବାନ। ଏଭଳି ବ୍ୟକ୍ତିମାନଙ୍କୁ କନିଷ୍ଠମାନେ ସମ୍ମାନ ପ୍ରଦର୍ଶନ କରିବା, ଏମାନଙ୍କ କଥା ଶୁଣିବା, ଅଭିଜ୍ଞତା ଗ୍ରହଣକରିବା ଏକ ସୁସ୍ଥ ସମାଜର ଲକ୍ଷଣ। ଏହାଦ୍ୱାରା ଆମର ସମାଜ ସମୃଦ୍ଧ ହୁଏ, ଆମର ଉତ୍ତରପିଢିରେ ଉତ୍ତମଗୁଣସମ୍ପନ୍ନ ବ୍ୟକ୍ତିତ୍ୱ ସୃଷ୍ଟି ହୁଅନ୍ତି। ମାତ୍ର ଦେଖାଯାଉଛି ଗୁରୁଜନମାନେ ଏବେ ଅସହାୟ ହୋଇପଡୁଛନ୍ତି। ବୟସର ଅପରାହ୍ଣରେ ସେମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି, ସେମାନଙ୍କ ହାତଧରି ପାଦେ ଚାଲିବାକୁ ମଧ୍ୟ ପାଖରେ ଆତ୍ମୀୟମାନେ ନାହାନ୍ତି। କେବଳ ସେତିକି ନୁହେଁ; ଏହି ପ୍ରବୀଣ, ବୟସ୍କମାନଙ୍କୁ ତରୁଣ, ଯୁବକମାନଙ୍କ ଦ୍ୱାରା ଅପମାନିତ ହୋଇ ବଞ୍ଚତ୍ବାକୁ ପଡୁଛି।
ବିଜ୍ଞାନ ଓ ପ୍ରଯୁକ୍ତି ଆମ ଭିତରର ଦୂରତାକୁ କମାଇ ଦେଇଛି ବୋଲି ଆମେ ଦାବି କରୁଛୁ। ମାତ୍ର ବାସ୍ତବରେ ତାହା ହୋଇନି। ବରଂ ବିଜ୍ଞାନର ଅଗ୍ରଗତି ଆମ ସମ୍ପର୍କଭିତରେ ଫାଟ ସୃଷ୍ଟି କରିଛି। ଗୋଟିଏ ଘରେ ରହି ବି ଆଜି ବାପାର ପୁଅ ସହ ସମ୍ପର୍କ ନାହିଁ, ଭାଇ ଭଉଣୀ କଥା ବୁଝୁନି, ଜେଜେବାପା, ଜେଜେମାଆମାନେ ଅବହେଳିତ। ପରିବାର ଭାଙ୍ଗିଯାଉଥିଲା ବେଳେ ବାହାର ଲୋକଙ୍କ ସମ୍ପର୍କ ବିଷୟରେ ବା କ’ଣ କହିବା? ସମସ୍ତେ ଆତ୍ମମନସ୍କ। କାହା ବିଷୟରେ କାହାର ମୁଣ୍ଡଖେଳାଇବାକୁ ସମୟ ନାହିଁ। ଦିନ ଥିଲା ସମାଜରେ ବୟସ୍କ ଲୋକମାନଙ୍କୁ ସମ୍ମାନ ମିଳୁଥିଲା। ସେମାନଙ୍କୁ କୁହାଯାଉଥିଲା ମୁରବି। ସେମାନଙ୍କ ପ୍ରତିଟି କଥାକୁ କନିଷ୍ଠମାନେ ମାନୁଥିଲେ। କେବଳ ବାପା, ବଡବାପା, ଦାଦା ବା କକା ନୁହନ୍ତି ଗାଁର ସବୁଲୋକଙ୍କୁ ପିଲାମାନେ ଓ ଯୁବକମାନେ ସମ୍ମାନ ଦେଉଥିଲେ। ସେମାନଙ୍କ ପ୍ରତି ମନରେ ଭୟଥିଲା। ଆଜି ଏସବୁ ନାହିଁ। ବୟସ୍କମାନଙ୍କୁ ଆଜିର ପିଲାଏ ଥଟ୍ଟାପରିହାସ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କିଶୋର ବୟସ ବା ତା’ଠାରୁ ସାମାନ୍ୟ ଅଧିକ ବୟସର ପିଲାଏ ଖୁବ୍‌ଶୀଘ୍ର ନିଶାର କବଳକୁ ଆସିଯାଉଥିବାରୁ ସମାଜରେ ଏଭଳି ବିକୃତି ଦେଖାଦେଇଛି। ଯେଉଁମାନେ ନିଶା ଖାଉ ନାହାନ୍ତି ସେମାନଙ୍କୁ ମତୁଆଲା କରୁଛି ସ୍ମାର୍ଟଫୋନ୍‌ର ନିଶା। ସ୍ମାର୍ଟଫୋନ ହାତରେ ଥିଲେ ଚାରିପାଖର ପରିବେଶକୁ ଆଜିକାଲିର ପିଲାଏ ସମ୍ପୂର୍ଣ୍ଣ ଭୁଲିଯାଉଛନ୍ତି। ଏକ ସର୍ଭେ ଅନୁସାରେ ମଣିଷ ଯେତିକି ସମୟ ବିନାନିଦ୍ରାରେ କାଟୁଛି ସେହି ସମୟର ୮୦ ପ୍ରତିଶତରୁ ଅଧିକ ସମୟ ସେ ସ୍ମାର୍ଟଫୋନ୍‌ରେ ବା ସୋସିଆଲ ମିଡିଆରେ ଦେଉଛି। ବଜାରଘାଟ, ବସ୍‌ଷ୍ଟପ, ରେଳଷ୍ଟେଶନ ବା ସେହିଭଳି ଜାଗାରେ ଅପେକ୍ଷା କରିବାକୁ ଆଉ ଲୋକଙ୍କୁ ବାଧୁନି। କାରଣ ସମସ୍ତେ ନିଜ ନିଜର ସ୍ମାର୍ଟଫୋନ୍‌କୁ ନେଇ ବ୍ୟସ୍ତ ରହୁଛନ୍ତି। ଲୋକଙ୍କ ଭିତରେ ସାମାଜିକ ଭାବ ବିନିମୟ ଏବେ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।
ଦିନ ଥିଲା ସକାଳୁ ଘରୁ ବାହାରିଲା ମାତ୍ରେ ଅନେକ ଅନାବଶ୍ୟକ ପ୍ରଶ୍ନ କାନରେ ପଡୁଥିଲା- କୁଆଡେ ବାହାରିଲେ, ବହୁଦିନ ହେଲା କ’ଣ ଦେଖା ନାହିଁ, ଆଉ କେମିତି ଅଛନ୍ତି ଇତ୍ୟାଦି। ବଜାର ହାଟ, ଛକଜାଗାମାନଙ୍କରେ କିଛି କାମ ନ ଥିଲେ ବି ଅଧିକାଂଶ ଲୋକ ଭିଡ ଜମାଉଥିଲେ କେବଳ ଟିକେ ଗପସପ ଆଶାରେ। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ଘରୁ ବାହାରିଲା ପରେ କେହି ଆଉ କାହା ସହିତ କଥା ହେଉ ନାହାନ୍ତି ବରଂ ସମସ୍ତେ ବ୍ୟସ୍ତ ରହୁଛନ୍ତି ଦୂରବନ୍ଧୁ ସହିତ ଫୋନ୍‌ ଜରିଆରେ ଅଥବା ନିଜ ନିଜର ସ୍ମାର୍ଟଫୋନ୍‌କୁ ନେଇ। ଏମିତି କି ଘର ଭିତରେ ନିଜର ଭାଇଭଉଣୀଙ୍କୁ କୌଣସି ବାର୍ତ୍ତା ଦେବାକୁ ଥିଲେ ନିକଟବର୍ତ୍ତୀ ରୁମ୍‌କୁ ନ ଯାଇ ପିଲାମାନେ ମେସେଜ ବା ଫୋନ୍‌ କରୁଛନ୍ତି। ଏଭଳି ସ୍ଥିତିରେ ମୁରବିମାନଙ୍କ ଉପସ୍ଥିତିକୁ ସେମାନେ ଅଣଦେଖା କରିବାରେ କୌଣସି ଅସ୍ବାଭାବିକତା ନାହିଁ।
ପ୍ରକୃତରେ ମଣିଷ ଏବେ ବାସ୍ତବ ଜୀବନ ଅପେକ୍ଷା କାଳ୍ପନିକ ଜୀବନରେ ବଞ୍ଚତ୍ବାକୁ ଅଧିକ ଭଲ ପାଉଥିବାରୁ ମୁରବିମାନଙ୍କ ପରାମର୍ଶ ତୁଳନାରେ ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଆଦିରେ ଉପଲବ୍ଧ ପରାମର୍ଶ, ସୂଚନାକୁ ଅଧିକ ଗ୍ରହଣ କରୁଛି। ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟର ପରିଭାଷା ବଦଳି ଗଲାଣି। ବାପାମାଆମାନେ ସେମାନଙ୍କ ପ୍ରତି କରିଥିବା ତ୍ୟାଗକୁ ସେମାନଙ୍କ ଦାୟିତ୍ୱ କହି ପିଲାମାନେ ଅତି ସହଜରେ ଭୁଲିଯିବାକୁ ଚେଷ୍ଟା କରୁଛନ୍ତି। ପାଶ୍ଚାତ୍ୟାଭିମୁଖୀ ଆମର ସାଂପ୍ରତିକ ସମାଜ ବ୍ୟବସ୍ଥା ଗୁରୁଜନଙ୍କୁ ସମାଜର ବୋଝ ଭାବୁଥିଲା ବେଳେ ଯୁବପିଢି ଏବେ ଆଉ ସେମାନଙ୍କୁ ସହିବାକୁ ନାରାଜ।
ଏଥିଲାଗି ଆମର ପିଲାମାନେ ଯେତେ ଦାୟୀ ନୁହନ୍ତି ତତୋଽଧିକ ଦାୟୀ ବୋଧହୁଏ ଅଭିଭାବକମାନେ। ଅଭିଭାବକମାନେ ହିଁ ସଂସ୍କାର ଭୁଲିଯାଇଛନ୍ତି। ବୟସ୍କମାନଙ୍କୁ ଅବଜ୍ଞା ପ୍ରଥମେ ସେମାନେ ହିଁ କରିଛନ୍ତି, ଯାହା ଉତ୍ତରାଧିକାରୀ ସୂତ୍ରରେ ଆମର ପିଲାମାନଙ୍କ ନିକଟକୁ ଯାଉଛି। ଯେଉଁଠି ଘରେ ବୃଦ୍ଧ ବାପାମାଆମାନେ ଅବହେଳିତ, ଅପାଂକ୍ତେୟ ସେଠି ସାହି ବା ଗାଁର ମୁରବିଙ୍କୁ ପଚାରେ କିଏ? ଏକ ମୁରବିହୀନ ସମାଜରେ ଆଦର୍ଶ, ନୀତି, ନୈତିକତା ଆଦୌ ନାହିଁ। ସବୁଠାରେ କେବଳ ଉପଭୋଗ ଲାଗି ପ୍ରତିଯୋଗିତା। ବସ୍ତୁବାଦର ମୋହରେ ଆମର ଏ ଦୌଡ ଆମକୁ ଶେଷରେ ଏମିତି ଏକ ଜାଗାରେ ନେଇ ଛିଡା କରାଇବ, ଯେଉଁଠାରୁ ଆଉ ସମାଜକୁ ସୁଧାରିବା କଷ୍ଟକର ହୋଇପଡ଼ିବ।
ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା, ମୋ-୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri