ମୁରିବାହାଲ ବ୍ଲକରେ ୩ବର୍ଷ ହେଲା ମରୁଡି ପରିସ୍ଥିତି: ତହସିଲଦାରଙ୍କୁ ଫେରାଦ ହେଲେ ଫସଲ ବୀମାରୁ ବଞ୍ଚିତ ଚାଷୀ

ମୁରିବାହାଲ, ୨୫।୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ କ୍ରମାଗତ ୩ବର୍ଷ ହେଲା ମରୁଡି ପରିସ୍ଥିତି ଦେଖା ଦେଇଛି। ବ୍ଲକରେ ୨୨ଟି ପଞ୍ଚାୟତ ଥିବା ବେଳେ କେବଳ ୧୦ପଞ୍ଚାୟତର ଚାଷୀଙ୍କୁ ଫସଲ ବୀମା ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। ଅବଶିଷ୍ଟ ୧୨ପଞ୍ଚାୟତର ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ରହିଛନ୍ତି। ଏନେଇ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦ କରିଛନ୍ତି ବୀମାରାଶି ପାଇବାରୁ ବାଦ୍‌ ପଡିଥିବା ମୁରିବାହାଲ, ହଳଦୀ, ଗୁଡିଘାଟ, ଡଙ୍ଗରପଡା, ଗଁରେଇ, ଲେବଡା, ତେନ୍ତୁଲିଖୁଣ୍ଟି, ସିରୋଲ, ବାଙ୍କେଲ, ଇଚ୍ଛାପଡା, ଚଲକି ଓ ମାଲିସିରା ପ୍ରଭୃତି ୧୨ପଞ୍ଚାୟତର ଶତାଧିକ ଚାଷୀ। ବିଜେଡି କୃଷକ ମୋର୍ଚ୍ଚା ଜିଲା ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ସେମାନେ ମଙ୍ଗଳବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରିଥିଲେ। ସଭାରେ ବକ୍ତବ୍ୟ ରଖି ଚାଷୀମାନେ କହିଥିଲେ ଯେ, କ୍ରମାଗତ ମରୁଡି ଯୋଗୁ ଆର୍ଥିକ ସ୍ଥିତି ଦୁର୍ଗତି ମଧ୍ୟକୁ ଚାଲି ଯାଇଛି। ଏହି ପରିସ୍ଥିତିରେ ଫସଲ ବୀମା ରାଶି ଏକମାତ୍ର ଆଶା ହୋଇଥିବା ବେଳେ ଏ ଯାବତ୍‌ ସେମାନଙ୍କୁ ତାହା ମିଳି ପାରିନାହିଁ। ତେଣୁ ୨୦୧୬-୧୭ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ଏହି ୧୨ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରି ଯଥାଶୀଘ୍ର ସହାୟତା ପ୍ରଦାନ କରିବାକୁ ବିକ୍ଷୋଭ ସମାବେଶରେ ଚାଷୀମାନେ ଦାବି କରିଥିଲେ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ଅମୃତଲାଲ ବେହେରାଙ୍କୁ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ବାଗ, ମୀନକେତନ ପାତ୍ର, ଚତୁର୍ଭୁଜ ମେହେର, ଦିଲୀପ ମହାନନ୍ଦ, ଲକ୍ଷ୍ମୀଧର ନାଏକ, ଅଦିବାସ ମାହାର ପ୍ରମୁଖଙ୍କ ସହ ଶତାଧିକ ଚାଷୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri