ବଲିଉଡ୍ କଳାକାରମାନେ ପ୍ଲାଷ୍ଟିକ୍ ସର୍ଜରୀ କରିବା କିିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଓଠ, ନାକ ଆଦି ଶରୀରର ବିଭିନ୍ନ ଅଙ୍ଗକୁ ଆକର୍ଷଣୀୟ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀର ସହାୟତା ନେଇଛନ୍ତି। ମାତ୍ର ଖୁବ୍ କମ୍ କଳାକାର ରହିଛନ୍ତି ଯେଉଁମାନେ ପ୍ଲାଷ୍ଟିକ୍ ସର୍ଜରୀ କରିଥିବା ସ୍ବୀକାର କରନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ହେଉଛନ୍ତି ଶ୍ରୁତି ହାସନ। ଶ୍ରୁତି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଲମ୍ବା ଚଉଡା ମେସେଜ କରିଛନ୍ତି। ସେଥିରେ ସେ ନିଜ ମୁହଁର ପାଷ୍ଟିକ୍ ସର୍ଜରୀ କରିଥିବା ସ୍ବୀକାର କରିଛନ୍ତି।