ମୂଷା ଖାଇଦେଲା ରବର ଷ୍ଟାମ୍ପ, ବିନା ମୋହରରେ ଦିଆଯାଉଛି ରସିଦ

ଭବାନୀପାଟଣା/କେଗାଁ,୨୯।୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସିଡିପିଓ କାର୍ଯ୍ୟାଳୟରେ ବିନା ମୋହର(ରବର ଷ୍ଟାମ୍ପ)ରେ ରସିଦ ଦିଆଯାଉଛି। ରବର ଷ୍ଟାମ୍ପକୁ ମୂଷା ଖାଇ ଦେଇଥିବାରୁ ଏପରି କରାଯାଉଥିବା ଦାୟିତ୍ୱରେ ଥିବା ଅଧିକାରୀ କହୁଥିବାରୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ଖସିଗୁଡା ଗ୍ରାମର ପ୍ରେମଲାଲ ସୁନାନୀ ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟରେ ଛତୁଆ ଓ ପ୍ରିସ୍କୁଲ କିଟ୍‌ ଯୋଗାଣ ଆଦି ଉପରେ ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ଏକ ତଥ୍ୟ ମାଗିଥିଲେ। କାର୍ଯ୍ୟାଳୟର ସୂଚନା ଅଧିକାରୀ ଫୁରଲିଆ ମାଝୀ ସୂଚନା ଗ୍ରହଣ କରି ରସିିଦ ସହ ରିସିଭ କପି ଆବେଦନକାରୀଙ୍କୁ ଦେଇଥିଲେ। ତେବେ ଏହି ରସିଦ ଓ ରିସିଭ କପିରେ କେବଳ ଦସ୍ତଖତ ରହିଥିବାରୁ ପ୍ରେମଲାଲ ମୋହର ମାରିବା ପାଇଁ ଅଧିକାରୀଙ୍କୁ କହିଥିଲେ। ଅଧିକାରୀ ମାଝୀ ରବର ଷ୍ଟାମ୍ପକୁ ମୂଷା ଖାଇଦେଇଥିବା କହିଥିଲେ। ଯାହାଫଳରେ ବିନା ମୋହରରେ ପ୍ରେମଲାଲ ରସିଦ ଓ ରିସିଭ କପି ନେଇ ଫେରିଥିଲେ। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ଓ ଅବହେଳାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏ ନେଇ ଗୋଲାମୁଣ୍ଡା ସିଡିପିଓ ପ୍ରିୟମଞ୍ଜୁରୀ ସାହୁଙ୍କୁ ପଚାରିବାରୁ ଏହା ଗୋଟିଏ ମାମୁଲି କଥା ବୋଲି କହିଥିଲେ। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାବର ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେଲେ ତିନିଠାକୁର

କୋରାପୁଟ,୭ା୭(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି। ସକାଳୁ ମହାପ୍ରଭୁଙ୍କ ନେତ୍ର ଉତ୍ସବ ଓ ନବଯୌବନ କରାଯାଇଥିଲା। ପରେ...

ମହାପ୍ରଭୁଙ୍କ ପାଇଁ ୧୦ ବର୍ଷ ହେଲା ହନୁମାନ ସାଜୁଛି, ଛଳଛଳ ଆଖିରେ କହିଲେ ଏଥର କିନ୍ତୁ …

ପୁରୀ,୭।୭: ଆଜି ପବିତ୍ର ରଥଯାତ୍ରା। ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସୁଅଛୁଟଛି। ଅନ୍ୟପକ୍ଷେ ସାଲେପୁର...

ଧରାପଡ଼ିଲେ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗ, ବିପୁଳ ପରିମାଣର ସୁନା ଅଳଙ୍କାର ଜବତ

ବରଗଡ଼,୭ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଏକ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏହି ଗ୍ୟାଙ୍ଗର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ...

ପହଣ୍ଡିରେ ଝୁଲିଝୁଲି ଆସୁଛନ୍ତି ମହାବାହୁ

ପୁରୀ,୭ା୭: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କର ପହଣ୍ଡି ଏବଂ...

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ,୭ା୭: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼...

ଦେବଦଳନ ରଥରେ ବିଜେ କଲେ ସୁଦର୍ଶନ

ଭୁବନେଶ୍ୱର,୭।୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇଥାନ୍ତି। ବର୍ତ୍ତମାନ...

ପାରଳାଖେମୁଣ୍ଡିରେ ପହଞ୍ଚିଲା ପାରଳା ରାଜବଂଶୀୟ ଅମଳର ଟ୍ରେନ୍‌ ଇଞ୍ଜିନ୍‌, ନିର୍ମାଣରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା

ଗଜପତି,୭ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ଆସି ପହଞ୍ଚିଛି ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ପୁରାତନ କୀର୍ତ୍ତି। ଲୋକଙ୍କ ଯାତାୟାତ ପାଇଁ ପାରଳା ରାଜବଂଶୀୟ ଯେଉଁ ରେଳସେବା...

ଆଦିବାସୀ ଯୁବକଙ୍କୁ ପିଟିଲା ପୋଲିସ

ସମ୍ବଲପୁର, ୭ା୭ (ପ୍ରମୋଦ ବହିଦାର)ପୋଲିସ ବର୍ବରତାର ଆଉ ଏକ କାହାଣୀ ଲୋକଲୋଚନକୁ ଆସିଛି। ବ୍ୟାଟେରି ଚୋରି ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ଗାଁ ଲୋକଙ୍କ ଉପସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri