ନୂଆଦିଲ୍ଳୀ୩।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ କରାଯାଇଥିବା ଜାତୀୟ ପ୍ରଶିକ୍ଷଣ ଶିବିରକୁ ପୁଣି ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। କରୋନା ଭାଇରସ କାରଣରୁ ସାରା ଦେଶରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଜାରି ରହିଛି। ଫଳରେ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ରେ ଟ୍ରେନିଂ କ୍ୟାମ୍ପଗୁଡିକୁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଲକ୍ଡାଉନ ମେ ୩ ତାରିକରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା।
ଜାତୀୟ କ୍ୟାମ୍ପଗୁଡିକ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯିବ। ପ୍ରଥମେ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ସ୍ପୋଟର୍ସ (ଏନ୍ଆଇଏସ୍) ପଟିଆଲା ଓ ବେଙ୍ଗାଲୁରୁ ସ୍ଥିତ ସାଇରେ ଟ୍ରେନିଂ ଆରମ୍ଭ ହେବ। ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁଥିବା ଆଥଲେଟମାନେ ଏହି ଟ୍ରେନିଂରେ ଅଂଶଗ୍ରହଣ କରିବେ। ବେଙ୍ଗାଲୁରୁ ସାଇରେ ଆଥଲେଟମାନେ ଏବେ ରହୁଛନ୍ତି। ତେଣୁ ଚଳିତ ମାସେ ଶେଷ ଆଡକୁ ବେଙ୍ଗାଲୁରୁ ଓ ପାଟିଆଲରେ ଟ୍ରେନିଂ ଆରମ୍ଭ ହେବ ବୋଲି ଏଫ୍ଆଇସିସିଆଇର ଓ୍ବେବିନାର ‘କରୋନ ଆଣ୍ଡ ସ୍ପୋଟର୍ସ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରିଜିଜୁ ଏହି କଥା କହିଛନ୍ତି। ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା କିମ୍ବା ଅଲିମ୍ପିକ୍ସ କ୍ୱଲିଫାୟରରେ ଅଂଶଗ୍ରହଣ କରିବାକୁ ଥିବା ଆଥଲେଟମାନେ ଏହି କ୍ୟାମ୍ପରେ ଯୋଗ ଦେବେ। ଉଲ୍ଲେଖଥାଉ କି, କୋଭିଡ-୧୯ ସଂକ୍ରମଣ କାରଣରୁ ଜାତୀୟ କ୍ୟାମ୍ପଗୁଡିକ ମାର୍ଚ୍ଚମାସ ମଧ୍ୟ ଭାଗରେ ବାତିଲ କରାଯାଇଥିଲା। କରୋନା ଭାଇରସ ଏକ ବାସ୍ତବିକତାରେ ପରିଣତ ହୋଇଛି। ଏହି ସମସ୍ୟା ଏତେ ଶୀଘ୍ର ଯିବାଭଳି ଲାଗୁ ନାହିଁ। ଆମକୁ ଏହା ସହିତ ବଞ୍ଚିବାକୁ ପଡିବ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।

ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ
ଢେଙ୍କାନାଳ,୨୦ା୪(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା...

କ’ଣ ସତରେ ମଣିଷର ପ୍ରାଇଭେଟ ପାର୍ଟ ହୋଇଯାଏ ହାଡ? ଏହି ଘଟଣା ଜାଣିଲେ ସହଜରେ ବିଶ୍ୱାସ କରିବେନି
ଆପଣ ଚିକିତ୍ସା ବିଜ୍ଞାନରେ ଅନେକ ଅଜବ ଘଟଣା ଶୁଣିଥିବେ। କିଛି ଲୋକଙ୍କର ଏପରି ବିରଳ ରୋଗ ଅଛି ଯେ ଡାକ୍ତର ମଧ୍ୟ ସେଗୁଡ଼ିକ ବିଷୟରେ ଜାଣି...

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍
ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ...

ବାରାହା ମାଂସ ଜବତ: ୩ ଗିରଫ
ନୂଆପଡ଼ା, ୨୦।୪ (ମକାରୁ ବେମାଲ): ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ...

ଅଛନ୍ତି ଏଲିୟନ୍! ମିଳିଲା ସଙ୍କେତ
ଲଣ୍ଡନ, ୨୦।୪: ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍...

କିନ୍ନର ବେଶରେ କରିଥିଲେ ପିଲାଚୋରି, ଚୋରଙ୍କୁ ଏମିତି ଧରିଲେ ଆଉ ଜଣେ କିନ୍ନର
ଯାଜପୁର,୨୦ା୪: କିନ୍ନର ବେଶରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାରୁ ଏକ ଶିଶୁକନ୍ୟା ଚୋରି ହୋଇଥିଲା। ତେବେ ଏହି ଶିଶୁକନ୍ୟାକୁ କିନ୍ନର ବେଶରେ ଜଣେ ଚୋରି କରିଆଣିଥିଲେ। ଶେଷରେ...

ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତି
ନୂଆଦିଲ୍ଲୀ,୨୦।୪: ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍ ସରକାରଙ୍କୁ ନିନ୍ଦା କରିଛି। ଅନ୍ତରୀଣ ସରକାରଙ୍କ...

Mobile Recharge: ପୁଣି ଏତେ ଟଙ୍କା ବଢିଯିବ ରିଚାର୍ଜ ପ୍ଲାନ! ଗ୍ରାହକଙ୍କୁ ଝଟ୍କା
ନୂଆଦିଲ୍ଲୀ,୨୦।୪: ଭାରତରେ ପ୍ରାୟ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। ପୁଣିଥରେ ଟେଲିକମ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ...