ମେ ୧ରୁ ୧୦୬ ସହରାଞ୍ଚଳରେ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ’

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ମେ ପହିଲାରୁ ରାଜ୍ୟର ୧୦୬ ସହରାଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଲାଗୁ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫଏସ୍‌ଏ) ଅଧୀନରେ ରାଶନ ପାଉଥିବା ସହରାଞ୍ଚଳ ହିତାଧିକାରୀ ଯେକୌଣସି ସହରରୁ ରାଶନ କାର୍ଡ ଦେଖାଇ ଚାଉଳ ଓ ଗହମ ନେଇପାରିବ। ଯେଉଁ ସହରରେ ହିତାଧିକାରୀମାନେ କାମ କରୁଥିବେ କିମ୍ବା ସ୍ଥାନାନ୍ତର ହୋଇଥିବେ ସେମାନେ ସେଠାରେ ଥିବା ଯେକୌଣସି ରାଶନ ଦୋକାନରୁ ଖାଦ୍ୟ ସାମଗ୍ରୀ ନେଇପାରିବେ। ସହରାଞ୍ଚଳଗୁଡିକରେ ୧୦୦ ପ୍ରତିଶତ ଆଧାର ଲିଙ୍କ୍‌ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ମେ ପହିଲାରୁ ହିତାଧିକାରୀଙ୍କୁ ୨ ମାସର (ମାର୍ଚ୍ଚ ଓ ଏପ୍ରିଲ) ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯିବ। ମାର୍ଚ୍ଚରୁ ଡିଲରମାନଙ୍କର ଲାଇସେନ୍ସ ନବୀକରଣ କରାଯାଉଥିବାରୁ ଏପ୍ରିଲରେ ରାଶନ ନ ଦେଇ ମେ ମାସରେ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆଧାରକାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରିବାକୁ ଯୋଗାଣ ବିଭାଗ ପକ୍ଷରୁ ସହରାଞ୍ଚଳର ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଧାର ପଞ୍ଜୀକୃତ ହୋଇଥିବା ସମସ୍ତ ହିତାଧିକାରୀ କାର୍ଡ ଦେଖାଇ ନିକଟସ୍ଥ ଡିଲରଙ୍କ ନିକଟରୁ ରାଶନ ନେଇପାରିବେ। ସହରାଞ୍ଚଳଗୁଡିକରେ ମୋଟ ୧୯୪୬ ଡିଲର ରହିଛନ୍ତି। ସେମାନଙ୍କୁ ଆଇଆରଆଇଏସ୍‌ ସ୍କାନର ମେଶିନ ଯୋଗାଇ ଦିଆଯାଇଛି। ଆଙ୍ଗୁଠି ଛାପ ସମସ୍ୟା ହେଲେ ଆଇଆରଆଇଏସ ମେଶିନ ଜରିଆରେ ହିତାଧିକାରୀଙ୍କ ଆଖିକୁ ଯାଞ୍ଚ କରି ରାଶନ ଦେବାକୁ ବ୍ୟବସ୍ଥା କରାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।
କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଜିଲାର କେତେକ ଦୁର୍ଗମ ଅଞ୍ଚଳ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନାହିଁ। ସେମାନେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥାରୁ ବାଦ୍‌ ପଡିବେ। ସେଠାରେ ହିତାଧିକାରୀଙ୍କୁ କେବଳ ନିଜ ଅଞ୍ଚଳର ସରକାରୀ ପାଇକାରୀ ଦୋକାନରୁ ରାଶନ ନେବାକୁ ଅନୁମତି ଦିଆଯିବ। ଇଣ୍ଟରନେଟ ସୁବିଧା ନ ହେବା ଯାଏ ସେହି ହିତାଧିକାରୀ କେବଳ ଗୋଟିଏ ସ୍ଥାନରୁ ରାଶନ ନେବେ। ରାଜ୍ୟର ସମସ୍ତ ଅଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ହୋଇଗଲେ ଓଡିଶାକୁ ଅନ୍ୟ ରାଜ୍ୟ ସହ ସଂଯୋଗ କରାଯିବ। ଫଳରେ ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନେ ଦେଶର ଯେ କୌଣସି ସ୍ଥାନରୁ ଖାଦ୍ୟ ସାମଗ୍ରୀ ନେଇ ପାରିବେ। କେନ୍ଦ୍ର ସରକାର ମଧ୍ୟ ତୁରନ୍ତ ଆଧାର ଲିଙ୍କ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ମୋଟ ୩ କୋଟି ୨୬ ଲକ୍ଷ ଏନଏଫ୍‌ଏସଏ ହିତାଧିକାରୀ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୯ ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଭାବେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଲାଗୁ କରାଯାଇଛି। ବିଏମ୍‌ସି ଅଞ୍ଚଳର ୧୨୭ ସରକାରୀ ପାଇକାରୀ ଦୋକାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଅନ୍‌ଲାଇନ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହାକୁ ନିୟମିତ ତଦାରଖ କରାଯାଉଛି। ବିଏମ୍‌ସି ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଥିବାରୁ ଏଠାରୁ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରାଯାଇଛି। ଅଙ୍ଗୁଳି ଛାପ କିମ୍ବା ଆଖି ସଙ୍କେତ ମାଧ୍ୟମରେ ହିତାଧିକାରୀଙ୍କୁ ରାଶନ ଯୋଗାଇ ଦିଆଯାଉଛି। ତେବେ ଯେଉଁମାନଙ୍କର ଆଙ୍ଗୁଠି ଚିହ୍ନ ନେଉ ନ ଥିବ କିମ୍ବା ହିତାଧିକାରୀ ବୟସ୍କ, ଦୁରାରୋଗ୍ୟରେ ପୀଡ଼ିତ, କୁଷ୍ଠରୋଗୀମାନଙ୍କୁ ବିନା ଆଧାରକାର୍ଡରେ ରାଶନ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri