ଭୁବନେଶ୍ୱର, ୧୧।୬(ବ୍ୟୁରୋ): କରୋନା (କୋଭିଡ-୧୯)ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ସଂକ୍ରମିତ ଦେଶ ତାଲିକାରେ ଭାରତ ୫ମ ସ୍ଥାନରେ ପହଞ୍ଚିଲାଣି। ରାଜ୍ୟରେ ଗତ ମେ’ ୨୬ ପରଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ମେ’ ୨୬ରୁ ଜୁନ୍ ୧୧ ମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣ ହୋଇଛି। ତେବେ ଏହି ସମୟରେ ରାଜ୍ୟରେ ୩ଗୁଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଏକ ଆଶ୍ୱସ୍ତିକର ବିଷୟ। ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନିରେ ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତୋ ବାଗ୍ଚୀ ଏହି ସୂଚନା ଦେଇଛନ୍ତି।
Posted inକରୋନା ଭାଇରସ୍, ରାଜ୍ୟ