ବାରିପଦା ଅଫିସ, ୨୭ା୪- ମେ ୩ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଅବଧି ରହିଛି। ଏହି ସମୟ ମଧ୍ୟରେ ମୟୂରଭଞ୍ଜ ଜିଲା ବାରିପଦା ସହରର ସମସ୍ତ ମାର୍କେଟ କମ୍ଲେକ୍ସରେ ଥିବା ଦୋକାନ, ମଲ୍, ଏକତ୍ର ଲାଇନରେ ଥିବା ସମୂହ ଅନ୍ୟ ଦୋକାନ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ରବିବାର ବାରିପଦା ବଣିକ ସଂଘ ଓ ପ୍ରଶାସନ ପକ୍ଷରୁ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି। ବାରିପଦା ପୌର ପରିଷଦ ଅଞ୍ଚଳରେ ଥିବା ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ, ଏସ୍ଡ଼ିପିଓ ପ୍ରମୁଖଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହିି ନିଷତ୍ତି ଗ୍ରହଣ କରାଯାଇଛି।