ମେଡିକାଲରେ ସିକ୍ୟୁରିଟି ଗାର୍ଡ କାମ କରୁନାହାନ୍ତି; ଡାକ୍ତର-କର୍ମଚାରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ଫୁଲବାଣୀ ଅଫିସ, ୧ା୭-କନ୍ଧମାଳ ଜିଲା ମୁଖ୍ୟ ଚିକିିତ୍ସାଳୟରେ ମୁତୟନ ହୋଇଥିବା ସିକ୍ୟୁରିଟି ଗାର୍ଡ ମନମୁଖି କାର୍ଯ୍ୟ କରୁଛନ୍ତି। ସେମାନେ କାହାରି କଥା ଶୁଣୁ ନାହାନ୍ତିି। ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସାଧାରଣ ଲୋକଙ୍କ ସମେତ ଡାକ୍ତର, ମେଡିକାଲରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ କଥାକୁ ଏଡାଇ ଯାଉଛନ୍ତି। ସେମାନେ ଯେଉଁ କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି ତାହା ଆଦୌ କରୁନାହାନ୍ତି। ଅଧିକାଂଶ ସମୟ ମୋବାଇଲ ଫୋନରେ ବ୍ୟସ୍ତ ରହୁଛନ୍ତି। ଯାହାକୁ ନେଇ ଡାକ୍ତର, କର୍ମଚାରୀ, ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ି ଚାଲିଛି। ଅନ୍ୟପଟେ ଧାର୍ଯ୍ୟ ସମୟରେ ଯେତିକି ସିକ୍ୟୁରିଟି କାମ କରିବା କଥା ସେତିକି ରହୁ ନାହାନ୍ତି। ସିକ୍ୟୁରିଟି କାର୍ଯ୍ୟ ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ମେଡିକାଲରେ ସମସ୍ତେ କାର୍ଯ୍ୟ କରୁଥିବା ଦର୍ଶାଇ ଟଙ୍କା ନେଇ ଚାଲିଛନ୍ତିି।
ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୨ ବର୍ଷ ହେବ ଭାରତ ସିକ୍ୟୁରିଟି ନାମକ ଏକ ସଂସ୍ଥା ଟେଣ୍ଡର ନେଇଛି ା ମେଡିକାଲରେ ସୁରକ୍ଷା ଯୋଗାଇ ଦେବାକୁ ସଂସ୍ଥା ଯେଉଁ ନିୟମାବଳୀରେ ରାଜି ହୋଇଥିଲା ତାହା କରୁନାହିଁ ା ସମସ୍ତ ସିକ୍ୟୁରିଟି କୁଶଳୀ ହୋଇଥିବା ସଂସ୍ଥା ଦର୍ଶାଇ ମାସିକ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କା ମେଡିକାଲରୁ ନେଉଛି ା କିନ୍ତୁ ବାସ୍ତବ ଚିତ୍ର ଅଲଗା ା ଅଧିକାଂଶ ସିକ୍ୟୁରିଟି ଗାର୍ଡ ଅଣକୁଶଳୀ। ସେମାନଙ୍କୁ ସଂସ୍ଥା ଟ୍ରେନିଂ ଦେଇନାହିଁ ବୋଲି ମେଡିକାଲର କେତେକ କର୍ମଚାରୀ ପ୍ରକାଶ କରିଛନ୍ତି ା ଗତ କିଛି ଦିନ ହେବ ମେଡିସନ ୱାର୍ଡରେ ଜଣେ ଟି.ବି ରୋଗୀ ଆଡମିଶନ ହୋଇଥିଲେ ା ରାତିରେ ସିକ୍ୟୁରିଟି ଗାର୍ଡଙ୍କ ଅନୁପସ୍ଥିତିରେ ବାହାର ପିଲାମାନେ ସେଠାକୁ ଯାଇ ସମ୍ପୃକ୍ତ ରୋଗୀଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ରୋଗୀଙ୍କୁ ଆଡମିଶନ କରିଥିବା ଡାକ୍ତର ଜଣକ ମେଡିକାଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ହେଲେ ମେଡିକାଲର ସ୍ବାର୍ଥକୁ ଦୃଷ୍ଟିରେ ରଖି ଘଟଣାକୁ ଚପାଇ ରଖାଯିବା ସହ ସିକ୍ୟୁରିଟି ସଂସ୍ଥାକୁ ମଧ୍ୟ ଜଣାଯାଇଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଦ୍ୟାବଧି ସେହି ସିକ୍ୟୁରିଟି ଗାର୍ଡଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ସଂସ୍ଥା ଗ୍ରହଣ କରିନାହିଁ। ଜଣେ ମେଡିକାଲ କର୍ତ୍ତୃପକ୍ଷ ନିଜ ନାମ ଗୋପନ ରଖି କହିଛନ୍ତି, ସେମାନେ କାହା କଥା ଶୁଣୁ ନାହାନ୍ତି ା କହିଲେ କାମ ବି କରୁ ନାହାନ୍ତି। ଆବଶ୍ୟକ ପଡିଲେ ଏଣୁତେଣୁ କଥା କହୁଛନ୍ତିି। ସେହିପରି କେତେ ସିକ୍ୟୁରିଟି ଗାର୍ଡ କାମରେ ନିୟୋଜିତ ରହୁଛନ୍ତି, ତାର ତଦାରଖ ଠିକ୍‌ ଭାବେ କରାଯାଉ ନାହିଁ। ସିକ୍ୟୁରିଟିଙ୍କ ପାଖରେ ଉପସ୍ଥାନ ଖାତା ରହୁଛି। ସେମାନେ ସବୁ ବେଳେ ସମସ୍ତେ ଉପସ୍ଥିତ ଥିବା ଦର୍ଶାଉଛନ୍ତିି। ଉପସ୍ଥାନ ଖାତାକୁ ଜଣେ ଅଧିକାରୀ ଯାଞ୍ଚ କରିବା କଥା। ମାତ୍ର ସଂସ୍ଥା କର୍ମଚାରୀ ଆଉଟଡୋରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ପାଖରୁ ସେଥିରେ ଦସ୍ତଖତ କରାଇ ନେଉଛନ୍ତିି। ଯାହା ଆଦୌ ହେବା କଥା ନୁହଁ। ଡାକ୍ତର ରୋଗୀ ଦେଖିବେ ନା, ସିକ୍ୟୁରିଟି ସଂସ୍ଥା ଉପସ୍ଥାନ ଖାତାରେ ଦସ୍ତଖତ କରିବେ ବୋଲି ଅନ୍ୟ କେତେକ କର୍ମଚାରୀ କହିଛନ୍ତି। ଏ ନେଇ ଏଡିଏମ୍‌ଓ ମେଡିକାଲ ମନୋରଞ୍ଜନ ରାଉତଙ୍କୁ ପଚାରିବାରୁ ମେଡିକାଲ ପରିସର ବଡ ହୋଇଥିବାରୁ ସବୁ ବେଳେ ସିକ୍ୟୁରିଟିଙ୍କୁ ଗଣିବା ସମ୍ଭବ ହେଉନାହିଁ। ସତକଥା ହେଉଛି ସେମାନେ ଠିକ୍‌ ଭାବେ ଡ୍ୟୁଟି କରୁନାହାନ୍ତି।
ସେମାନଙ୍କ ପାଇଁ କାର୍ଯ୍ୟ ପନ୍ଥା ନିରୂପଣ କରାଯିବ। ଯେଉଁମାନେ କାମ କରୁ ନାହାନ୍ତି, ସେମାନଙ୍କୁ ଦୂରେଇ ଦିଆଯିବ। ମେଡିକାଲ ମ୍ୟାନେଜର ବି ଆମ ପାଖରେ କିଛି ସିକ୍ୟୁରିଟିଙ୍କ ନାମରେ ଅଭିଯୋଗ କରିଛନ୍ତି। ଏବେ ରାଜ୍ୟସ୍ତରରେ ନୂଆ ଟେଣ୍ଡର ହୋଇଛି। କିଏ ପାଇଛି ମଁୁ ଏବେ ଠିକ୍‌ ଭାବେ କହିପାରୁନାହିଁ। କିନ୍ତୁ ନୂଆ ଟେଣ୍ଡର ହେଲା ପରେ ଏବଂ ଯେଉଁ ସଂସ୍ଥା ପାଇବ, ଆମେ ତାହା ଉପରେ ନଜର ରଖିବୁ ବୋଲି କହିଛନ୍ତି। ସେହିପରି ସିକ୍ୟୁରିଟି ସଂସ୍ଥା ସୁପରଭାଇଜର ଉଦୟନାଥ ମିଶ୍ରଙ୍କୁ ପଚାରିବାରୁ କଥାକୁ ଏଡାଇଯିବାକୁ ଚେଷ୍ଟା କରିବା ସହ ଆମର ପିଲା ଅଭାବ ଅଛନ୍ତି ବୋଲି କହିଛନ୍ତି।
ଏଥିସହ ଯେଉଁମାନଙ୍କ ନାମରେ ଅଭିଯୋଗ ଆସିଛି ଆମେ ତାହା ଉପରେ ତଦାରଖ କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri