ମୂଳାର ଅନେକ ଔଷଧୀୟ ଗୁଣ ରହିଛି। ଶୀତଦିନେ ମୂଳା ସାଲାଡ୍ ଖାଇଲେ ବହୁ ସିଜିନାଲ୍ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଫ୍ୟାଟ ନ ଥିବାରୁ ଏହା ମେଦବହୁଳତାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ମୂଳାରେ ଭିଟାମିନ ବି, ସି, କେ, ଇ ଆଦି ପୋଷକ ତତ୍ତ୍ୱ ରହିଛି। ଏହା ସହିତ ପୋଟାସିୟମ ଏବଂ ଲାଇକୋପିନ ମଧ୍ୟ ରହିଛି। ଏହା ତ୍ୱଚା ଏବଂ ମାନସିକ ସ୍ଥିତିକୁ ଠିକ୍ କରିବାରେ ସହାୟକ ହୋଇଥାଏ। ମୂଳାରେ ପ୍ରଚୁର ପରିମାଣରେ ଫାଇବର ରହିଛି। ଏହାଦ୍ୱାରା ପାଚନ କ୍ରିୟା ସ୍ବାଭାବିକ ହେବା ସହିତ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳେ। ତେଣୁ ଅଭ୍ୟାସ କରି ଶୀତଦିନେ ମୂଳା ଖାଇଲେ ବହୁ ସୁଫଳ ମିଳିଥାଏ।