ମେ’ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି ଟଙ୍କା ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି ଯେ, ମେ’ରେ ୧,୦୦,୨୮୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ତେବେ ଏପ୍ରିଲରେ ଆଦାୟ ହୋଇଥିବା ୧,୧୩,୮୬୫ କୋଟି ଟଙ୍କା ଠାରୁ ଏହା ସାମାନ୍ୟ କମ୍‌। ସେହିପରି ମେ’ରେ ୭୨.୪୫ ଲକ୍ଷ ଜିଏସ୍‌ଟିଆର୍‌-୩ବି ଫର୍ମ ପୂରଣ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଏପ୍ରିଲରେ ଏହା ୭୨.୧୩ ଲକ୍ଷ ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମେ’ରେ କେନ୍ଦ୍ରୀୟ ଜିଏସ୍‌ଟି(ସିଜିଏସ୍‌ଟି) ବାବଦରେ ୧୭,୮୧୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ବାବଦରେ ୨୪,୪୬୨ କୋଟି ଟଙ୍କା, ଏକିକୃତ ଜିଏସ୍‌ଟି(ଆଇଜିଏସ୍‌ଟି) ବାବଦରେ ୪୯,୮୯୧ କୋଟି ଟଙ୍କା ଏବଂ ଉପକର ବାବଦରେ ୮୧୨୫ କୋଟି ଟଙ୍କା ଆଦାୟ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଫେବୃୟାରୀ-ମାର୍ଚ୍ଚରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡ଼ିକୁ ୧୮,୯୩୪ କୋଟି ଟଙ୍କା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ପରିମାଣର ଟିକସ ଆଦାୟ

ନୂଆଦିଲ୍ଲୀ,୨।୧ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସରେ ମଧ୍ୟ ରେକର୍ଡ ପରିମାଣର ଟିକସ ଆଦାୟ କରାଯାଇଛି। ଏପରିକି ପ୍ରତି ଥର ପରି ଚଳିତ ଥର...

କମିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୧: ବର୍ଷ ଆରମ୍ଭରୁ କମର୍ସିଆଲ ଗ୍ୟାସ୍‌ ବ୍ୟବହାରକାରୀଙ୍କୁ ଖୁସି ଖବର ମିଳିଛି। କମର୍ସିଆଲ ଗ୍ୟାସ୍‌ (୧୯କେ.ଜି) ଦରରେ ୧୬ ଟଙ୍କା ହ୍ରାସ ହୋଇଥିବାବେଳେ ଘରୋଇ ଗ୍ୟାସ୍‌ (୧୪.୨କି.ଗ୍ରା.)ର...

ଡିସେମ୍ବରରେ ୩୨୦ ୟୁନିଟ୍‌ ଡିପିଭି ବିକ୍ରି

ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଘରୋଇ ବଜାରରେ ଡୋମେଷ୍ଟିକ୍‌ ପାସେଞ୍ଜର ଭେଇକିଲ(ଡିପିଭି)ର ଖୁଚୁରା ବିକ୍ରି ପରିମାଣ ବୃଦ୍ଧି ପାଉଛି। ଏପରିକି ୨୦୨୪ ଡିସେମ୍ବର ମାସରେ ଡିପିଭିର ଖୁଚୁରା ବିକ୍ରି...

ମୁଥୁଟ ପରିବାର ପକ୍ଷରୁ ମୂଲ୍ୟବାନ୍‌ ଜମି ଦାନ

ନୂଆଦିଲ୍ଲୀ,୨।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ମୁଥୁଟ ଗ୍ରୁପର ଯୁଗ୍ମ ପରିିଚାଳନା ନିର୍ଦ୍ଦେଶକ ଜର୍ଜ ଥୋମାସ ମୁଥୁଟ ନିକଟରେ ଏକ ମୂଲ୍ୟବାନ୍‌ ଜମିକୁ ଚର୍ଚ୍ଚ ନିର୍ମାଣ...

ରେକର୍ଡ ପରିମାଣରେ ତମାଖୁ ରପ୍ତାନି

ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଭାରତୀୟ ଧୂମପାନ ବା ତମାଖୁ ଉତ୍ପାଦଗୁଡ଼ିକର ଚାହିଦା ବିଦେଶରେ ବହୁଳ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ତମାଖୁ କାରବାର ଓ ରପ୍ତାନି...

ହୋଇଯାନ୍ତୁ ସାବଧାନ: ହ୍ବାଟ୍ସଆପ୍‌ରେ ସର୍ବାଧିକ ଠକେଇ

ନୂଆଦିଲ୍ଲୀ, ୨।୧:ସାଇବର ଅପରାଧୀମାନଙ୍କ ପାଇଁ ହ୍ବାଟ୍ସଆପ୍‌ ସବୁଠୁ ଅଧିକ ପସନ୍ଦଯୋଗ୍ୟ ପ୍ଲାଟଫର୍ମ ହୋଇଥିବା ନେଇ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୩-୨୪ର ବାର୍ଷିକ ରିପୋର୍ଟରୁ...

ଗୋଟିଏ କି ଦୁଇ ସପ୍ତାହ ନୁହେଁ ମାସ ସାରା ଖର୍ଚ୍ଚ କଲେ ବି ସରିବନି ଦରମା, ଯଦି ମାନି ନିଅନ୍ତି ଏହି ୫ କଥା…

ନୂଆଦିଲ୍ଲୀ,୧।୧: ଆଜିକାଲି ସମୟରେ ବଜେଟ କରିବା ଏବଂ ତା’ ହିସାବରେ ଚାଲିବା ବେଶ କଷ୍ଟକର। ଏମିତିରେ ରୋଜଗାର ଅଧିକ ହେବା ସତ୍ତ୍ୱେ ବହୁତ କମ୍‌ ସଞ୍ଚୟ...

ଆଜିଠାରୁ ବଦଳି ଯାଇଛି ଏହି ୧୦ ବଡ଼ ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିପାରେ ପ୍ରଭାବ…

ନୂଆଦିଲ୍ଲୀ,୧।୧: ଆସିଛି ନୂଆ ବର୍ଷ। ବର୍ଷ ଆରମ୍ଭ ହେବା ସହିତ ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ଆପଣଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri