ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସ୍ତ୍ରୀ ମେଲାନିଆଙ୍କ ଜୀବନଶୈଳୀ ଅତି ବିଳାସପୂର୍ଣ୍ଣ। ପ୍ରତିଦିନ ତାଙ୍କର ମେକ୍ଅପ୍ରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ସେ ମେକ୍ଅପ୍ ଆର୍ଟିଷ୍ଟ୍ଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ସେ ଦେଢ଼କୋଟି ଟଙ୍କାର ଡ୍ରେସ୍ ପିନ୍ଧିଥାନ୍ତି। ଥରେ ପିନ୍ଧିଥିବା ଡ୍ରେସ୍ ସେ ଆଉଥରେ ପିନ୍ଧନ୍ତି ନାହିଁ। ତାଙ୍କର ଗୋଟିଏ ଡ୍ରେସ୍ର ଦାମ ପ୍ରାୟ ୩ ଲକ୍ଷ ଟଙ୍କା ହୋଇଥାଏ। ମେଲାନିଆ ଟ୍ରମ୍ପ୍ଙ୍କର ତୃତୀୟ ସ୍ତ୍ରୀ। ୨୦୦୫ ଜାନୁୟାରୀ ୨୨ରେ ସେ ବିବାହ କରିଥିଲେ। ବିବାହରେ ମେଳାନିଆ ୨ ଲକ୍ଷ ଡଲାର ଦାମର ଡ୍ରେସ୍ ପିନ୍ଧିଥିଲେ। ସେ ଟ୍ରମ୍ପ୍ଙ୍କଠାରୁ ୨୪ ବର୍ଷ ସାନ।