ମେଳା ପାଇଁ ସଜେଇ ହେଉଛି ବରୁଣେଶ୍ୱର ପୀଠ : ଜାଗା ସଂରକ୍ଷଣ ପାଇଁ ବ୍ୟବସାୟୀଙ୍କ ଭିଡ଼

ବିଞ୍ଝାରପୁର,୬ା୧(ଡି.ଏନ.ଏ)- ପ୍ରସିଦ୍ଧ ବରୁଣେଶ୍ୱର ମେଳା ଆଉ ମାତ୍ର ୮ ଦିନ ବାକି ରହିଛି। ମେଳା ସୁପରିଚାଳନା ପାଇଁ ଆୟୋଜକଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଚଳିତ ବର୍ଷ ମେଳା ପାଇଁ ବରୁଣେଶ୍ୱର ମନ୍ଦିରରେ ରଙ୍ଗ ଦେବାରୁ ଆରମ୍ଭ କରି ପୋଖରୀ ସଫା କରାଯାଇଛି। ସାହିତ୍ୟ ଅନୁଷ୍ଠାନ ଅଖିଳଚକ୍ର ତାର କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଲାଗିପଡିଛି। ସେହିପରି ଅପେରା ଦଳଗୁଡ଼ିକ ବ୍ୟାନର, ହୋର୍ଡିଂ ଆଦି ପ୍ରସ୍ତୁତ କରି ବିଭନ୍ନ ବଜାରରେ ବିଜ୍ଞାପନ ଦେବା ଆରମ୍ଭ କରିଦେଇଥିଛନ୍ତି। ବରୁଣେଶ୍ୱର ପରିଚାଳନା କମିଟି ପକ୍ଷରୁ ବ୍ୟବସାୟୀଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ପାଇଁ ମେଳା ପରିଚାଳନା ଓ ବରୁଣେଶ୍ୱର ଉନ୍ନୟନ କିମିଟି ପକ୍ଷରୁ ସ୍ଥାନ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି। ବରୁଣେଶ୍ୱର ମେଳାରେ ଦୋକାନ ଖୋଲିବା ପାଇଁ ଚାହୁଁଥିବା ବ୍ୟବସାୟୀମାନେ ସେମାନଙ୍କର ଭୂମି ସଂରକ୍ଷଣ କରିବାବେଳେ ପଞ୍ଚାୟତ ମେଳା ପରିଚାଳନା କମିଟି ନିକଟରେ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ବିଜ୍ଞାପନ ଅନୁଯାୟୀ, ସୋମବାର ପୂର୍ବାହ୍ନରୁ ବରୁଣେଶ୍ୱର କଲ୍ୟାଣ ମଣ୍ଡପରେ ପଞ୍ଚାୟତ ମେଳା ପରିଚାଳନା କମିଟି ପକ୍ଷରୁ ୭ନଂ ରସିଦ କାଟି ନିଜ ବ୍ୟବସାୟ ପାଇଁ ସ୍ଥାନ ସଂରକ୍ଷଣ କରୁଥିବା ଦେଖାଯାଇଛି। ପଞ୍ଚାୟତ ମେଳା ପରିଚାଳନା କମିଟି ପକ୍ଷରୁ ସ୍କୋୟାର ଫୁଟ ୧୦ଟଙ୍କା ଆଦାୟ କରୁଥିବା ଜଣାପଡିଛି। ତେବେ ମେଳା ପଡିଆରେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅହେତୁକ ଭିଡ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ବରୁଣେଶ୍ୱର ମେଳା ପଡ଼ିଆ ସଂଲଗ୍ନ ବେସରକାରୀ ସ୍ଥାନଗୁଡ଼ିକରେ ଦୋକାନ ଦେଇଥିବା ବ୍ୟକ୍ତି ବିଶେଷଙ୍କଠାରୁ ମେଳା ପରିଚାଳନା କମିଟି ରାଜସ୍ବ ଆଦାୟ କରିବ ବୋଲି ସୂଚନା ମିଳିଛି। ବର୍ଜ୍ୟବସ୍ତୁ ସୁପରିଚାଳନା ପାଇଁ ମେଳାରେ ଦୋକାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ନିଜ ଦୋକାନ ଓ ଅନୁଷ୍ଠାନ ସମ୍ମୁଖରେ ଡଷ୍ଟବିନ ଲଗାଇବା ପାଇଁ ପରିଚାଳନା କମିଟି ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଚଳିତବର୍ଷ ମେଳା ପଲିଥିନ ମୁକ୍ତ ହେବ ବୋଲି ସରପଞ୍ଚ ଦେବାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ...

ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪%...

କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ...

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ...

ବାଂଲାଦେଶରୁ ଆସିଥିବା ଜାହାଜରେ ସନ୍ଦିଗ୍ଧ ପାରା

ପାରାଦୀପ,୨୪।୧୨: ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା...

ରାସ୍ତା ନିର୍ମାଣକୁ ନେଇ ଭାଜପା-କଂଗ୍ରେସ ମୁହାଁମୁହିଁ

ତିହିଡି, ୨୪।୧୨(ସଞ୍ଜିତ ବଳ): ତିହିଡି ବ୍ଲକ ଭଟପଡା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ ମଙ୍ଗଳବାର ଏକ ରାସ୍ତା ନିର୍ମାଣକୁ ନେଇ ଭାଜପା ଓ କଂଗେସ କର୍ମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri