Posted inଖେଳ

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି ଆମେରିକୀୟ ମହିଳା ପେସାଦାର ଫୁଟବଲର ମେଗାନ ରାପିନୋ ମହିଳା ବର୍ଗରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ମହିଳା ଫିଫା ବିଶ୍ୱକପ୍‌ରେ ରାପିନୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଆମେରିକା ଟାଇଟଲ ହାସଲ କରିଥିଲା। ମେସି ହଲାଣ୍ଡର ଭାନ ଡିଜ୍‌କଙ୍କୁ ପଛରେ ପକାଇ ଷଷ୍ଠଥର ପାଇଁ ଶ୍ରେଷ୍ଠ ଫୁଟବଲର ବିବେଚିତ ହୋଇଛନ୍ତି। ଡିଜ୍‌କ ଗତ ବାସ ୟୁଇଏଫ୍‌ଏ ପ୍ଲେୟାର ପୁରସ୍କାର ହାସଲ କରି ଏହି ସମ୍ମାନ ପାଇଁ ସବୁଠାରୁ ଆଗରେ ଥିଲେ। ଡିଜ୍‌କଙ୍କ ପ୍ରଦର୍ଶନ ବଳରେ ଲିଭରପୁଲ ଗତ ସେସନରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଜୁଭେଣ୍ଟସ୍‌ ଫରଓ୍ବାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ଏହି ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ ଅନ୍ତିମ ପର୍ଯ୍ୟାୟରେ ବାଦ୍‌ ପଡିଥିଲେ।
ଏବେ ୩୨ ବର୍ଷୀୟ ମେସି ଓ ୨୮ ବର୍ଷୀୟ ଭାନ ଡିଜ୍‌କ ବାଲନ ଡି’ଅର ପୁରସ୍କାର ଦୌଡ଼ରେ ପରସ୍ପର ସହିତ କଡ଼ା ପ୍ରତିଦ୍ୱନ୍ଦ୍ୱୀତା କରିବେ। ଡିସେମ୍ବର ୨ ତାରିଖରେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ।
ମହିଳା ବିଭାଗରେ ରାପିନୋ ନିଜ ଦେଶର ଆଲେକ୍ସ ମୋର୍ଗାନ ଓ ଇଂଲଣ୍ଡର ଲୁସି ବ୍ରୋଞ୍ଜଙ୍କୁ ପଛରେ ପକାଇ ଫିଫା ଓମେନ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସେହିପରି ଆମେରିକୀୟ କୋଚ୍‌ ଜିଲ ଏଲିସ୍‌ ମହିଳା କୋଚିଂ ପୁରସ୍କାର ହାସଲ କରିଛନ୍ତି। ୩୪ ବର୍ଷୀୟା ରାପିନୋ ଗତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ଓ ଗୋଲ୍ଡେନ୍‌ ବଲ୍‌ ପୁରସ୍କାର ହାସଲ କରିଥିଲେ। ସେ ବିଶ୍ୱକପ୍‌ର ପରିଚୟ ବନିଯାଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଇ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।
ଚାମ୍ପିୟନ୍ସ ଲିଗ୍‌ର ଗତ ସେସନରେ ମେସି ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଅବଶ୍ୟ ବାର୍ସିଲୋନା ସେମିଫାଇନାଲରେ ଲିଭରପୁଲଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲା। ତେବେ ଏହାପୂର୍ବରୁ ମେସି ୧୨ଟି ଗୋଲ ଦେଇ ଟପ୍‌ ସ୍କୋରର ବିବେଚିତ ହୋଇଥିଲେ। ଆର୍ଜେଣ୍ଟିନା ତାରକା ମେସି ୩୬ଟି ଗୋଲ୍‌ ସ୍କୋର କରି ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇଥିଲେ। ପୁଣି ମେସିଙ୍କ ପ୍ରଦର୍ଶନ ବଳରେ ଆର୍ଜେଣ୍ଟିନା ୨୦୧୯ କୋପା ଆମେରିକାରେ ବ୍ରୋଞ୍ଜ୍‌ ପଦକ ଜିତିଥିଲା। ଦ୍ୱିତୀୟ ଡିଫେଣ୍ଡର ଭାବେ ଭାନ ଡିଜ୍‌କ ଇଟାଲୀର ଫାବିଓ କାନାଭାରୋଙ୍କ ପରେ ଶ୍ରେଷ୍ଠ ଫୁଟବଲ ବିବେଚିତ ହୋଇଥାନ୍ତେ। ୨୦୦୬ରେ ଫାବିଓ ଫିଫା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସେହିପରି ଶ୍ରେଷ୍ଠ ପୁରୁଷ ଗୋଲକିପର ଭାବେ ବ୍ରାଜିଲ ତଥା ଲିଭରପୁଲର ଆଲିସନ ବେକର ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ମହିଳା ଗୋଲକିପର ଭାବେ ନେଦରଲାଣ୍ଡର ତତା ଆଟଲେଟିକୋ ମାଡ୍ରିଡର ସାରି ଭାନ ଭିନେଡାଲ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ପୁରୁଷ କୋଚ୍‌ ହିସାବରେ ଲିଭରପୁଲ୍‌ର ଜର୍ଜେନ କ୍ଲୋପ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ରୋମାନିଆ ଜନ୍ମିତ ହଙ୍ଗେରୀର ଡାନିଏଲ ଜେଡ୍‌ସୋରୀ ଫିଫା ପୁସ୍‌କାସ ଆଓ୍ବାର୍ଡ ବେଷ୍ଟ ଗୋଲ ପୁରସ୍କାର ହାସଲ କରିଛନ୍ତି। ଏହି କ୍ରମରେ ସେ ମେସି ଓ ଜୁଆନ ଫର୍ନାଣ୍ଡୋ କ୍ୱିଣ୍ଟେରୋଙ୍କୁ ପଛରେ ପକାଇଥିଲେ। ୧୮ ବର୍ଷୀୟ ଫରଓ୍ବାର୍ଡ ଡାନିଏଲ୍‌ ପଦାର୍ପଣରେ ଫେରେନକଭାରୋସ ବିପକ୍ଷରେ ଏକ ସୁନ୍ଦର ଗୋଲ ସ୍କୋର କରି ନିଜ କ୍ଲବ ଡେବ୍ରେସେନକୁ ଜିତାଇଥିଲେ। ସେହିପରି କୋଚ୍‌ ମାର୍ସେଲୋ ବିଏଲ୍‌ସା ଓ ତାଙ୍କ କ୍ଲବ୍‌ ଲିଡ୍ସ ୟୁନାଇଟେଡ ଫେୟାର ପ୍ଲେ ପୁରସ୍କାର ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri