ବିଶ୍ୱରେ ପ୍ରାୟ ୧୫୦କୋଟି ଲୋକ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି। ଏଥିରେ ଅପଶବ୍ଦ ବ୍ୟବହାର କରୁଥିବା ଲୋକଙ୍କୁ ଖୁବ୍ଶୀଘ୍ର ଚିହ୍ନଟ କରାଯିବ। ୨୦୧୯ ଡିସେମ୍ବର ସୁଦ୍ଧା ଏପରି ପଦକ୍ଷେପ ନେବ ହ୍ବାଟ୍ସଆପ କମ୍ପାନୀ। ପ୍ରତି ମାସରେ ୨୦ ଲକ୍ଷ ୟୁଜରଙ୍କୁ ବାଦ୍ କରାଯିବ। ଏହା ବ୍ୟତୀତ ନିୟମ ଉଲ୍ଲଙ୍ଘନକାରୀଙ୍କ ଆକାଉଣ୍ଟ ତୁରନ୍ତ ଡିଲିଟ୍ କରାଯିବ। ହ୍ବାଟ୍ସଆପ ଅଶ୍ଳୀଳ ମେସେଜ ପଠାଇବା ପାଇଁ କରାଯାଇ ନ ଥିଲା। ଯେଉଁମାନେ ଏହାର ଦୁରୁପଯୋଗ କରୁଛନ୍ତି ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ଆକାଉଣ୍ଟ ବ୍ଲକ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
Posted inଫୁରସତ