ବର୍ତ୍ତମାନ ସମୟରେ କେଶ ପାଚିବା ଅଥବା ଧଳା ହେବା ଏକ ସାଧାରଣ କଥାରେ ପରିଗଣିତ ହେଲାଣି। ଏଥିରେ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଛି। ଅନେକେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ମେହେନ୍ଦିର ବ୍ୟବହାର କରିଥାନ୍ତି। ମାତ୍ର ଏପରି କରିବା ଦ୍ୱାରା ମେହେନ୍ଦିରେ ଥିବା ରସାୟନିକ ପଦାର୍ଥ ଯୋଗୁ କେଶ ଝଡିବା ଆରମ୍ଭ କରିଥାଏ। ଏହା ସହ ରଙ୍ଗ ଅଧିକ ସମୟ ରହି ନ ଥାଏ। ତେବେ ଏପରି କିଛି ଜିନିଷ ରହିଛି ଯାହାକୁ ମେହେନ୍ଦି ସହ ଲଗାଇଲେ କେଶ ଧଳା ହୋଇ ନ ଥାଏ, ଜାଣନ୍ତୁ ସେ ସମ୍ପର୍କରେ…..
ବାଦାମ ତେଲ:
ଏଥିରେ ପୋଷକତତ୍ୱ ସହ ଭିଟାମିନ୍-ଇ ରହିଥାଏ। ଫଳରେ ଏହି ତେଲକୁ ମେହେନ୍ଦିରେ ମିଶାଇ ଲଗାଇବା ଦ୍ୱାରା କେଶ ଧଳା ହୋଇ ନ ଥାଏ।
କିପରି କରିବେ ପ୍ରସ୍ତୁତି:
ମେହେନ୍ଦିରେ ବାଦାମ ତେଲ ପାଣି ମିଶାଇ କମ୍ ଆଞ୍ଚରେ ବସାନ୍ତୁ। ଏହା ମିଶିଯିବା ପରେ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।
ବ୍ୟବହାର:
ଉକ୍ତ ପେଷ୍ଟକୁ କେଶରେ ଭଲ ଭାବେ ଲଗାଇ ୩୦/୪୦ ମିନିଟ୍ ରଖନ୍ତୁ। ପରେ ଏହା ଶୁଖିଗଲା ପରେ ଧୋଇଦିଅନ୍ତୁ। ଏପରି ୨ ସପ୍ତାହ କରିବା ଫଳରେ କେଶ କଳା ହେବା ସହ ମୋଟା ଓ ଘନ ହୋଇଥାଏ।