ମୈଥାନ କର୍ମଚାରୀଙ୍କ ଧାରଣା: ୩୮ଘଣ୍ଟା ପରେ ନଜରବନ୍ଦୀରୁ ମୁକୁଳିଲେ ରୀତା ସିଂ

କଳିଙ୍ଗନଗର,୫ା୧୨(ଡି.ଏନ.ଏ.): କଳିଙ୍ଗନଗରସ୍ଥିତ ମୈଥାନ କାରଖାନା କର୍ମଚାରୀଙ୍କ ଦ୍ୱାରା ନଜରବନ୍ଦୀ ଥିବା ମେସ୍କୋ ଗ୍ରୁପର ଅଧ୍ୟକ୍ଷା ରୀତା ସିଂ ୩୮ ଘଣ୍ଟା ପରେ ମୁକୁଳିଛନ୍ତି । ବୁଧବାର ରାତି ୮ଟାରେ ଜିଲା ପ୍ରଶାସନ ଓ ପୋଲିସ ସହାୟତାରେ ଅଧ୍ୟକ୍ଷା ରୀତା ହିଲଭ୍ୟୁ ହୋଟେଲରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ଅପରପକ୍ଷରେ ଧାରଣାରତ ମୈଥାନ କର୍ମଚାରୀ, ଅଧ୍ୟକ୍ଷା ସିଂ ଓ ପୋଲିସ ତଥା ଜିଲା ପ୍ରଶାସନ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ବୈଠକ ବିଫଳ ହୋଇଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେଇଛି। କର୍ମଚାରୀଙ୍କ ସମସ୍ତ ଦରମା ପ୍ରଦାନ ଓ ଅନ୍ୟାନ୍ୟ ଦାବି ସଂକ୍ରାନ୍ତରେ ସହଯୋଗ ନ କରି ଜିଲା ପ୍ରଶାସନ ଓ ପୋଲିସ କମ୍ପାନୀ ସପକ୍ଷରେ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ପୋଲିସ ଜୋରଜବରଦସ୍ତ ଧାରଣାରତ କର୍ମଚାରୀଙ୍କୁ ଗେଷ୍ଟହାଉସର ମୁଖ୍ୟଫାଟକ ନିକଟରୁ ଉଠାଇ ନେବାପରେ ମେସ୍କୋ ଅଧ୍ୟକ୍ଷା ସିଂ ନଜରବନ୍ଦୀରୁ ମୁକୁଳିବାରେ ସଫଳ ହୋଇଥିଲେ। ତେବେ ଏହି ଘଟଣାକୁ କର୍ମଚାରୀମାନେ ସହଜରେ ଗ୍ରହଣ ନ କରି ଆଗାମୀ ଦିନରେ ମୈଥାନ କାରଖାନା ଚାଲୁ କିମ୍ବା ବକୈୟା ଦରମା ପ୍ରଦାନ ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଧାରଣାରତ କର୍ମଚାରୀଙ୍କ ସହିତ ବୁଧବାର ଧାରଣାରେ ବସିଥିଲେ। ଏପରି କି ଆନ୍ଦୋଳନ ବିଫଳ ହେବାର ସୂଚନା ପାଇ ମୈଥାନ ଇସ୍ପାତର ଜଣେ କର୍ମଚାରୀ ଦେବେନ୍ଦ୍ର କୁମାର ଜେନା ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।
ସୂଚନାଯୋଗ୍ୟ ଯେ, ମେସ୍କୋ ଗ୍ରୁପର ମାଲିକାନାରେ ଥିବା ମୈଥାନ କାରଖାନାର ପ୍ରାୟ ୩୦୦ କର୍ମଚାରୀ ମଙ୍ଗଳବାର ସକାଳ ସାଢେ ୬ଟାରୁ ଅଧ୍ୟକ୍ଷା ରୀତା ସିଂଙ୍କୁ ହିଲଭ୍ୟୁ ହୋଟେଲରେ ଘେରାଓ କରିଥିଲେ। ମୈଥାନ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଦୀର୍ଘ ୧୧ମାସ ହେଲା ପାଉଣା ମିଳି ନ ଥିବାବେଳେ କାରଖାନାକୁ କୌଣସି କାରଣ ନ ଦର୍ଶାଇ ଗତ ୮ ମାସ ହେଲା ବନ୍ଦ କରି ଦିଆଯାଇଛି। ଏନେଇ ୨୨ା୧୦ା୨୦୧୯ ତାରିଖରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲା ଶ୍ରମ ଅଧିକାରୀ ସୁନୀଲ କୁମାର ସାହୁ, ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମିନା ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ କମ୍ପାନୀ ପକ୍ଷରୁ ୩୦ା୧୦ା୨୦୧୯ ତାରିଖ ସୁଦ୍ଧା କର୍ମଚାରୀଙ୍କ ବକେୟା ଦରମା ସହିତ କାରଖାନା ଚାଲୁ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ କାରଖାନା କର୍ତ୍ତୃପକ୍ଷ କାରଖାନା ଚାଲୁ କରିବା ଦୂରର କଥା ଶ୍ରମିକଙ୍କ ବକେୟା ପାଉଣା ବି ଦେଇନାହାନ୍ତି। ଏହିକ୍ରମରେ ମଙ୍ଗଳବାର ମେସ୍କୋ ଗ୍ରୁପର ଅଧ୍ୟକ୍ଷା ସିଂ କଳିଙ୍ଗନଗର ଆସି ହୋଟେଲ ହିଲଭିୟୁରେ ରହିଥିବା ଜାଣି ସମସ୍ତ କର୍ମଚାରୀ ଏକାଠି ହୋଇ ହୋଟେଲ ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ବୁଧବାର ଅପରାହ୍ନ ୨ଟାରେ ସେହି ହୋଟେଲ ପରିସରରେ ଅଧ୍ୟକ୍ଷା ସିଂଙ୍କ ସହିତ ଜିଲା ପ୍ରଶାସନ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଏସ୍‌ପି ଚରଣସିଂ ମୀନା, ବିଧାୟକ ପ୍ରୀତିରଞ୍ଜନ ଘଡେଇ, ମୈଥାନ କର୍ମଚାରୀ ସଂଘର ସମ୍ପାଦକ ବିଜୟ କୁମାର ଦଳେଇଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କର୍ମଚାରୀଙ୍କ ପକ୍ଷରୁ ଅତିକମ୍‌ରେ ମାସକର ଦରମା ଓ କାରଖାନା ଚାଲୁ କରିବାକୁ ବୈଠକରେ ଦାବି ହୋଇଥିଲା। କିନ୍ତୁ ଏହି ପ୍ରସ୍ତାବକୁ ଅଧ୍ୟକ୍ଷା ରୀତା ସିଂ ଗ୍ରହଣ କରି ନ ଥିଲେ। ଏହାପରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେଇଥିଲା। ଏ ସଂକ୍ରାନ୍ତରେ ଅଧ୍ୟକ୍ଷା ସିଂ କହିଛନ୍ତି, ତାଙ୍କୁ ହୋଟେଲ ମଧ୍ୟରେ ନଜରବନ୍ଦୀ କରି ରଖିବା ଉଚିତ ନୁହେଁ। ମୈଥାନ ଇସ୍ପାତ କାରଖାନାର ଅଧ୍ୟକ୍ଷା ସେ ନୁହନ୍ତି। ତାଙ୍କ ଝିଅ ସିପ୍ରା ସିଂ ରାଣା ଏହି କାରଖାନାର ଅଧ୍ୟକ୍ଷା। ତେଣୁ ଆଇନ ଅନୁଯାୟୀ ନିଷ୍ପତ୍ତି ନେବାର କ୍ଷମତା ତାଙ୍କର ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ୬୦ ଦିନରେ…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଉଚ୍ଚସ୍ତରୀୟ ବୈଠକ ପରେ  ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ...

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri