ମୋ ବସ୍‌: ଅଫ୍‌ଲାଇନ୍‌ରେ ମ୍ୟାଜିକ୍‌ ପାସ୍‌,ଖୁବ୍‌ ଶୀଘ୍ର ପୁରୀକୁ ସେବା

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସ ଅବସରରେ ‘ମୋ ବସ୍‌’ ସେବା ପ୍ରଦାନ କରୁଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) ପକ୍ଷରୁ ଫ୍ରିଡମ୍‌ ମାସିକିଆ ପାସ୍‌ର ଶୁଭାରମ୍ଭ ହେବ। ଏଣିକି ଅଫଲାଇନ୍‌ରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା କହିଛନ୍ତି। ବୁଧବାର ଅପରାହ୍ନରେ ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବୋଥ୍ରା କହିଥିଲେ, ଭୁବନେଶ୍ୱରରେ ଥିବା ମୋ’ ବସ୍‌ ଡିପୋ ଓ ବସ୍‌ ରହଣି ସ୍ଥାନ ଯଥା ମାଷ୍ଟରକ୍ୟାଣ୍ଟିନ୍‌, ଫାୟାର ଷ୍ଟେଶନ, ରସୁଲଗଡ, ବାଣୀବିହାର, କିଟ୍‌ (ବିଗ୍‌ ବଜାର) ଛକରେ ଗୁରୁବାରଠାରୁ ଫ୍ରିଡମ୍‌ ମାସିକିଆ ପାସ୍‌ କିୟୋସ୍କର ଶୁଭାରମ୍ଭ କରାଯିବ। ସରକାରୀ କାର୍ଯ୍ୟ ଦିବସଗୁଡିକରେ ସକାଳ ୯ଟାରୁ ରାତି ୭ଟା ଯାଏ ପାସ୍‌ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ପାସ୍‌ କ୍ରୟ କରିବେ ସେମାନେ ବସ୍‌ ଭଡାରେ ୨୫ ପ୍ରତିଶତ ରିହାତି ପାଇବା ସହ ଅତିରିକ୍ତ ୫ ଦିନର ବୈଧତା ହାସଲ କରିପାରିବେ। ଏହାଛଡ଼ା ସ୍ବାଧୀନତା ଦିବସର ଉପହାର ସ୍ବରୂପ ଏକ ମାଗଣା ଆଇସିଆଇସିଆଇ ଓଡେଶୀ କାର୍ଡ ମଧ୍ୟ ପ୍ରଦାନ କରାଯିବ। କାର୍ଡ ପାଇଁ ଯାତ୍ରୀଙ୍କୁ ଏକ ଷ୍ଟାମ୍ପ୍‌ ସାଇଜ୍‌ ଫଟୋ, ପରିଚୟ ପତ୍ର ଏବଂ ନଗଦ ଟଙ୍କା କିମ୍ବା ଏଟିଏମ୍‌ କାର୍ଡ୍‌ ସହ ଆସିବା ଆବଶ୍ୟକ। ଫ୍ରିଡମ୍‌ ମାସିକିଆ ଭୁବନେଶ୍ୱର ପାସ୍‌ ପାଇଁ ଶୀତତାପ ନିୟନ୍ତ୍ରିତ ବସ୍‌ ଭଡା ୯ ଶହ ଟଙ୍କା ଓ ବିନା ଶୀତତାପ ନିୟନ୍ତ୍ରିତ ବସ୍‌ ଭଡା ୬ ଶହ ଟଙ୍କା ରହିଛି। ଫ୍ରିଡମ୍‌ ମାସିକିଆ ମ୍ୟାଜିକ୍‌ ପାସ୍‌ ପାଇଁ ଯଥାକ୍ରମେ ୧୮ଶହ ଓ ୧୨ଶହ ଟଙ୍କା ରଖାଯାଇଛି। ତେବେ ପୁରୀକୁ ଖୁବ୍‌ଶୀଘ୍ର ମୋ ବସ୍‌ ଗଡ଼ିବ ବୋଲି ବୋଥ୍ରା କହିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଓଡ଼ିଶା ଓ ଛତିଶଗଡ ଆଞ୍ଚଳିକ ମୁଖ୍ୟ ପ୍ରଦୋଷ ରାଉତ, କ୍ରୁଟର ମ୍ୟାନେଜର ଦୀପ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼

ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ...

ରୋଡ ରୋମିଓଙ୍କୁ ଧରି ନିସ୍ତୁକ ପିଟିଲେ ଯୁବତୀ

ତାଳଚେର,୧।୧୦: ଅନୁଗୋଳ ଜିଲା ତାଳଚେର ହାଟତୋଟା ବଜାରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଜଣ ରୋଡ୍‌ ରୋମିଓ ବଜାରରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ...

ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମକର୍ତ୍ତା

କେନ୍ଦୁଝର,୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଭାଜପା ନେତା ଓ କର୍ମୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ରେ...

ପୋଲିସ ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ: ଏସ୍‌ଆଇ, ହାବିଲଦାର ନିଲମ୍ବିତ

ଫୁଲବାଣୀ, ୧ା୧୦(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଡାଙ୍ଗଣାମୁ ଘାଟି ରାସ୍ତାରୁ ଗତ ୨୬ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ...

ଚିଡିଆଖାନାରେ ମଣିଷଖିଆ କଲରାପତରିଆ ବାଘ ଦେଖିବେ ପର୍ଯ୍ୟଟକ

ସମ୍ବଲପୁର,୧ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ମୋତିଝରଣସ୍ଥିତ ଚିଡ଼ିଆଖାନା(ଡିଅରପାର୍କ)ରେ ପର୍ଯ୍ୟଟକମାନେ ଏକ ମଣିଷଖିଆ କଲରାପତରିଆ ଦେଖିପାରିବେ। ଚିଡ଼ିଆଖାନାରେ ସ୍ବତନ୍ତ୍ର ଭାବେ କାଚରେ ନିର୍ମିତ ଆବଦ୍ଧ କୋଠରିରେ ବାଘକୁ ଛଡ଼ାଯାଇଛି।...

ସମ୍ବଲପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେଲେ କୋର୍ଟ

ସମ୍ବଲପୁର,ଜମନକିରା,୧ା୧୦(ପ୍ରମୋଦ ବହିଦାର, ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ କସଡ଼ା ଗ୍ରାମରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ମଙ୍ଗଳବାର...

ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ…

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବୋନସ୍‌ ପ୍ରଦାନ ଦାବି ନେଇ ରାଉରକେଲା ହିନ୍ଦ୍‌ ମଜଦୁର ସଭା ଓ ଜିଲା ଶିଳ୍ପାଞ୍ଚଳ ଶ୍ରମିକ...

ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ

ଭୁବନେଶ୍ୱର,୧ା୧୦: ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟରେ ବଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri