‘ମୋ ସରକାର’ରେ ସାମିଲ ହେଲା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମୋ ସରକାରରେ ସାମିଲ ହୋଇଛି। ଫଳରେ ସରକାର ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ। ମଙ୍ଗଳବାର ଲୋକସେବା ଭବନରୁ ଭିଡିଓ କନଫରେନସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା, ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ ମା’ ଏବଂ ଶିଶୁଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହିସବୁ କାର୍ଯ୍ୟକ୍ରମ ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସବୁଠୁ ଗରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମହିଳା ଶିଶୁବକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ନିଷ୍ଠାପର ଉଦ୍ୟମ ଦ୍ୱାରା ମମତା କାର୍ଯ୍ୟକ୍ରମ ସାରା ଦେଶରେ ଏକ ମଡେଲ ହୋଇପାରିଛି। ଓଡ଼ିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ସୁଦୃଢ ହୋଇଛି। ଏହିସବୁ କାର୍ଯ୍ୟକ୍ରମକୁ ଆଗକୁ ଜାରି ରଖିବା ସହ ଦୁର୍ନୀତିକୁ ପ୍ରଶୟ ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗର କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ୫ଟି ସଚିବ ଭି. ପାଣ୍ଡିଆନ୍‌ ମୋ ସରକାର କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ମେଜର, ବାନ୍ଧବୀଙ୍କୁ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

କେନ୍ଦୁଝର,୧୯।୯: ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭନ୍ସ ସିଂଙ୍କ ଉପରେ ଆକ୍ରମଣ ତଥା ଭାରତପୁର ପୋଲିସ ଷ୍ଟେସନରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲାରେ...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା; ୨୩ରୁ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୦।୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ଆସନ୍ତା...

ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର...

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri