Posted inରାଜ୍ୟ

‘ମୋ ସ୍କୁଲ’ ଅଭିଯାନ ପ୍ରକଳ୍ପକୁ ୧୦.୭୫ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ‘ମୋ ସ୍କୁଲ’ ଅଭିଯାନର ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶାର ୨୮ଟି ଜିଲାରେ ଥିବା ୨,୬୫୭ ବିଦ୍ୟାଳୟର ମୋଟ ୧୦.୭୫ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି। ଏଥିରେ ପ୍ରାୟ ୨୦ ହଜାର ପୁରାତନ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତିରେ ପୁରାତନ ଛାତ୍ରୀଛାତ୍ରମାନେ ସର୍ବାଧିକ ୫୩.୭୨ ଲକ୍ଷ ଦେଇଥିବାବେଳେ ସୁନ୍ଦରଗଡ଼ରେ ୪୬.୭୨ ଲକ୍ଷ, କଳାହାଣ୍ଡିରେ ୩୬.୦୭ ଲକ୍ଷ, ବାଲେଶ୍ୱରରେ ୩୫.୯୨ ଲକ୍ଷ ଏବଂ କଟକରେ ୨୧.୯୩ ଲକ୍ଷ ଟଙ୍କା ପୁରାତନ ଛାତ୍ରୀଛାତ୍ରମାନେ ପ୍ରଦାନ କରିଛନ୍ତି। ଏ ସମସ୍ତ ଟଙ୍କାର ସମ୍ପୃକ୍ତ ସ୍କୁଲ୍‌ର ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେବ। ତେବେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ତଦାରଖକୁ ଗୁରୁତ୍ୱ ଦିଆଯାଇ ବୈଠକରେ ଆଲୋଚନା କରାଯାଇଥିଲା। ‘ମୋ ସ୍କୁଲ’ ଅଭିଯାନ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଜିଲା ଓ ଗୋଷ୍ଠୀସ୍ତରୀୟ ତଦାରଖ ବ୍ୟବସ୍ଥାକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରମୁଖ ଶାସନ ସଚିବ ସାହୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜିଲାସ୍ତରୀୟ ତଦାରଖ ଟିମ୍‌ ପ୍ରତି କାର୍ଯ୍ୟକାରୀ ପରିଷଦର ବୈଠକ ପୂର୍ବରୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ‘ମୋ ସ୍କୁଲ୍‌’ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ। ପ୍ରତି ଜିଲା ଓ ଗୋଷ୍ଠୀ ସ୍ତରରେ ‘ମୋ ସ୍କୁଲ’ ସହାୟତା ଦଳ ଗଠନ କରିବା ସହ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଓଡ଼ିଶାର ପୁରାତନ ଛାତ୍ରୀଛାତ୍ରଙ୍କଠାରୁ ଭିଡିଓ ବାର୍ତ୍ତା ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ଏବଂ ଅନ୍ୟମାନେ ବିଦ୍ୟାଳୟଗୁଡ଼ିକ ସହ ଯୋଡ଼ି ହୋଇସାରିଥିବା କୁହାଯାଇଛି। ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଏସ୍‌ସିଇଆର୍‌ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ଦ୍ୱିତୀୟ ସପ୍ତାହ ଯାଏ ଶୀତ ଲହର

ଭୁବନେଶ୍ୱର,୧୦ା୧(ଅନୁରାଧା ମହାରଣା)- ରାଜ୍ୟରେ ଗତ କିଛିଦିନ ହେଲା ଶୀତ ଲହରି ଜାରି ରହିଛି। ୧୦ ସହରରେ ପାରଦ ୧୦ ଡିଗ୍ରୀ ଓ ଏହା ତଳେ ରହିଛି।...

ତ୍ରିଲୋଚନପୁର ସରପଞ୍ଚ ଅଯୋଗ୍ୟ ଘୋଷିତ: ଜାଣନ୍ତୁ କିଏ ହେଲେ ନୂଆ ସରପଞ୍ଚ

ଲାଞ୍ଜିଗଡ଼,୧୦।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ ଅଦାଲତ ଅଯୋଗ୍ୟ ଘୋଷଣା କରିଛନ୍ତି।୨୦୨୨ରେ ସରପଞ୍ଚ...

ସିଂହନାଥ ପୀଠରେ ମକର ମେଳା ସମୟରେ ସେତୁ ଉପରେ ଯାନବାହାନ ଚଳାଚଳ ବନ୍ଦ

କଟକ,୧୦।୧: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆଠଗଡସ୍ଥିତ ପ୍ରଭୁ ସିଂହନାଥ...

ସହଦେବ ହତ୍ୟା ଘଟଣାରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି: ହତ୍ୟା ପଛରେ ରହିଛି…

ଭୁବନେଶ୍ୱର,୧୦।୧: ପୋଲିସ ମିତ୍ର ସହଦେ ନାୟକ ହତ୍ୟାକାଣ୍ଡ ଘଟଣାରେ ବିଜେଡି ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ଭିଡିଓ ଦେଖାଇ ବିଜେଡି ପୋଲିସକୁ ଟାର୍ଗେଟ କରିଛି।...

ଦୀପାଳିଙ୍କ ଭାଇ ବିଶାଲଙ୍କ ନାଁରେ ଏତଲା

ଭୁବନେଶ୍ୱର,୧୦।୧: ସ୍ବର୍ଗତ ନବ ଦାସଙ୍କ ପୁଅ ଏବଂ ଦୀପାଳି ଦାସଙ୍କ ଭାଇ  ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। ସରେଇପାଲି ଥାନା ପୋଲିସ ତାଙ୍କ...

ସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ, ଜାଣନ୍ତୁ କେତେ ଦିନ ଯାଏ ଖୋଲା ରହିବ

ଭୁବନେଶ୍ୱର,୧୦।୧: ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ଦିବସ (PBD) ପ୍ରଦର୍ଶନୀ ଜାନୁଆରୀ ୧୧ ରୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଏହି...

ଉଦ୍‌ଯାପନୀ ସମାରୋହରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି।...

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଆପଣଙ୍କ ଉପସ୍ଥିତି ସମସ୍ତ…

ଭୁବନେଶ୍ୱର,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri