ମୁମ୍ବାଇ, ୧୩।୬: ଟିଭି ଅଭିନେତ୍ରୀ ଦୀପିକା ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କ ମା’ଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହାକୁ ନେଇ ସେ ବେଶ୍ ଚିନ୍ତିତ ରହିଛନ୍ତି। ସେ ମୁମ୍ବାଇରେ ଥିବାବେଳେ ତାଙ୍କ ମା’ ଦିଲ୍ଲୀରେ ରହିଛନ୍ତି। ମା’ଙ୍କୁ ହଇରାଣ ହେଉଥିବାରୁ ସେ ୪ ମିନିଟ୍ ୧୧ ସେକେଣ୍ଡର ଏକ ଭିଡ଼ିଓରେ ସହାୟତା ପାଇଁ ଅନୁରୋଧ କରି ଏହାକୁ ପ୍ରଧାନମନ୍ତ୍ରୀ ଏବଂ କେଜରିଓ୍ବାଲଙ୍କ ସହିତ ଟ୍ୟାଗ୍ କରିଛନ୍ତି। ସୂଚନାଯୋଗ୍ୟ, ଦୀପିକା ସିଂ ଟିଭିର ‘ଦିୟା ଔର ବାତି ହମ୍’, ‘କବଚ-୨’ ଆଦି ସିରିଏଲ୍ରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିଣି ପାରିଛନ୍ତି।