ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି। ସେମାନେ ଗୁଜରାଟରୁ ଦିଲ୍ଲୀରେ ଅନୁପ୍ରବେଶ କରିଛନ୍ତି। ଏବେ ଦେଶସାରା ଏନ୍ଆର୍ସି ଲାଗୁ କରିବା ଲାଗି ସେମାନେ ଯୋଜନା କରିଛନ୍ତି। ଦେଶରୁ ମୁସଲମାନ୍ଙ୍କୁ ହଟାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅଧିର ରଞ୍ଜନ ଅଭିଯୋଗ କରିଛନ୍ତି। ତେବେ ମୁସଲମାନ୍ ଦେଶର ନାଗରିକ ସେମାନଙ୍କ ପ୍ରତି ଏଭଳି ଅବିଚାର କଂଗ୍ରେସ ହେବାକୁ ଦେବ ନାହିଁ ବୋଲି ସେ କହିଛନ୍ତି। ଏହା କଂଗ୍ରେସର ଅପରିପକ୍ୱ ମାନସିକତାକୁ ଦର୍ଶାଉଛି ବୋଲି ଭାଜପା ସଦସ୍ୟ ନଳିନୀ କୋହଲି ସମାଲୋଚନା କରିଛନ୍ତି। ଅଧିର ରଞ୍ଜନଙ୍କ ଏଭଳି ମନ୍ତବ୍ୟ ନେଇ ଲୋକସଭାରେ ଭାଜପା ପକ୍ଷରୁ କ୍ଷମାପ୍ରାର୍ଥନା ଦାବି କରାଯିବା ସହିତ ହଟ୍ଟଗୋଳ ଆରମ୍ଭ ହୋଇଛି।