ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ଦେଶରୁ ମିଳିଥିବା ଉପହାର ଗୁଡିକର ନିଲାମି ଶନିବାର ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ସ୍ଥିତ ନ୍ୟାଶନାଲ ଗ୍ୟାଲେରୀ ଅଫ୍ ମର୍ଡନ ଆର୍ଟରେ ଏହା ଆରମ୍ଭ କରାଯାଇଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୨,୭୭୨ଟି ଉପହାର ଥିବା ସୂଚନା ମିଳିଛି। ଜଣେ ଚାହିଁଲେ ଅନ୍ ଲାଇନରେ ମଧ୍ୟ ଏହାକୁ କ୍ରୟ କରିପାରିବେ। ଏହାର ମୂଲ୍ୟ ୨ଶହରୁ ଆରମ୍ଭ ହୋଇ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।