Posted inଜାତୀୟ

ମୋଦିଙ୍କ ମନ୍ତ୍ରିମଣ୍ଡଳର ଏହି ମନ୍ତ୍ରୀ ଶପଥ ନେବାକୁ ଆସିବା ମାତ୍ରେ ତାଳିରେ କମ୍ପିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଜଣେ ପରେ ଜଣେ ଶପଥ ନେଇଥିଲେ। ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପାଇଥିବା ଓଡ଼ିଶାର ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଶପଥ ନେବାକୁ ଆସିବା ମାତ୍ରେ ସମସ୍ତେ ତାଳି ମାରି ତାଙ୍କୁ ସ୍ବାଗତ କରିଥିଲେ। ନିର୍ବାଚନ ରଣାଙ୍ଗନରେ ବିଜୟ ହାସଲ କରିବା ପରେ ପ୍ରତାପଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଜଣେ ରାଜନେତା ଭାବେ ତାଙ୍କ ସାଧାରଣ ଜୀବନଯାପନ ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରିଛି। ଏକ ସାମାନ୍ୟ ଛୋଟ ଘରେ ରହୁଥିବା ପ୍ରତାପ ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ସୁଖଦୁଃଖର ସାଥୀ ହୋଇ ରହିବା ପାଇଁ ଚେଷ୍ଟା କରିଥାନ୍ତି। ନୀଳଗିରିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରତାପଙ୍କୁ ଏଥର ବାଲେଶ୍ୱର ଲୋକ ସଭା ଆସନରେ ଭାଜପା ପକ୍ଷରୁ ଟିକେଟ୍‌ ଦିଆଯାଇଥିଲା। ଏଥିରେ ସେ ବାଜିମାତ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବଢୁଥିବା ହିଂସା ମଧ୍ୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ପୁଣି ଲାଗୁ ହେଲା…

ନୂଆଦିଲ୍ଲୀ,୧୪ା୧୧: ମଣିପୁରର ହିଂସାପ୍ରଭାବିତ ଜିରିବାମ୍‌ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପୁଣିଥରେ ଲାଗୁ କରିଛନ୍ତି।...

ବ୍ରେଷ୍ଟ ମିଲ୍କ ବିଜନେସ୍‌ର ଲାଇସେନ୍ସ ହେବ ରଦ୍ଦ, କେନ୍ଦ୍ର ସରକାରଙ୍କ ସୂଚନା…

ବେଙ୍ଗାଲୁରୁ,୧୪।୧୧: ବ୍ରେଷ୍ଟ ମିଲ୍କ ସଂଗ୍ରହ ତଥା ବ୍ୟବସାୟକୁ ଅନୁମତି ଦେଇଥିବା ଲାଇସେନ୍ସ ବାତିଲ କରିବାକୁ ରାଜ୍ୟ ସରକାର କର୍ନାଟକ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। କର୍ନାଟକ ହାଇକୋର୍ଟ...

ଅନଲାଇନ ମୋଡରେ ଚାଲିବ ପ୍ରାଇମେରୀ ସ୍କୁଲ, ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀରେ ପ୍ରଦୂଷଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଅନଲାଇନ ମୋଡରେ...

ହସ୍ପିଟାଲରେ ନାଚିଲେ ଡାକ୍ତର-ନର୍ସ, ଭିଡିଓ ଭାଇରାଲ

ବାରାଣସୀ,୧୪।୧୧: ଉତ୍ତର ପ୍ରଦେଶ ବାରାଣସୀରେ ଥିବା ଦିନ ଦୟାଲ ଉପାଧ୍ୟାୟ ଜିଲା ହସ୍ପିଟାଲରେ ଡାକ୍ତର ଓ ନର୍ସମାନେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ...

ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ ପାଇଁ କାନାଡା ନିକଟରେ ଦାବି କଲା ଭାରତ

ଭାରତ/ଓଟାଓ୍ବା,୧୪।୧୧: ଭାରତ ସରକାର କାନାଡାରୁ ଅର୍ଶ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମର ଅନୁସନ୍ଧାନର ଉତ୍ତରରେ ବୈଦେଶିକ ବ୍ୟାପାର...

ଦିଲ୍ଲୀରେ ଭୟଙ୍କର ହେଲା ପ୍ରଦୂଷଣ: ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ଅଙ୍କୁଶ, ସ୍କୁଲ୍ ଛୁଟି

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮...

ଦିଲ୍ଲୀ ମେୟର ନିର୍ବାଚନରେ ଭାଜପାକୁ ଝଟକା, ବାଜି ମାରିଲା ଏଏପି

ନୂଆଦିଲ୍ଲୀ,୧୪।୧୧: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏମସିଡି ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି।...

ମୋଦିଙ୍କ ନକଲ କରୁଛନ୍ତି କେଜରିଓ୍ବାଲ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ହନୁମାନ ଭକ୍ତ ଅରବିନ୍ଦ କେଜରିୱାଲ ବର୍ତ୍ତମାନ ମନ୍ଦିରରୁ ମନ୍ଦିରକୁ ବୁଲୁଛନ୍ତି। ଏଥିରୁ ଜଣାପଡୁଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri