ନୂଆଦିଲ୍ଲୀ,୧୭।୯: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ମୋଦିଙ୍କ ଜନ୍ମଦିନ ପାଇଁ ଦଳମତ ନିର୍ବିଶେଷରେ ପ୍ରାୟ ଅଧିକାଂଶ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟର୍। ଭାରତୀୟ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକର, ଶିଖର ଧାଓ୍ବନ, ଭିଭି.ଏସ ଲକ୍ଷ୍ମଣ ପ୍ରମୁଖ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। କୋହଲି ମୋଦିଙ୍କୁ ଜନ୍ମଦିନରେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶୁଭକାମନା ଦେଇଥିବାବେଳେ ସଚିନ ସ୍ବଚ୍ଛଭାରତ ମିଶନରେ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖନୀୟ ସଫଳତା କଥା ଉଠାଇଛନ୍ତି।