Posted inପୁରୀ

ମୋ’ବେଳାଭୂମିରେ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୦ା୭(ଡି.ଏନ୍‌.ଏ.)-ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ମୋ’ ବେଳାଭୂମି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳସ୍ଥିତ ପର୍ଯ୍ୟଟନ ସ୍ଥଳଗୁଡ଼ିକରୁ ଆବର୍ଜନା ମୁକ୍ତ ପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି। ବ୍ଲକର ବିଜୁ ଯୁବ ବାହିନୀ ତରଫରୁ ସାତପଡା ଚିଲିକା ଉପକୂଳରେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମକୁ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି ଉଦ୍‌ଘାଟନ କରିଥିଲେ ା ସହକାରୀ ଯନ୍ତ୍ରୀ ଇଂ. ପ୍ରସନ୍ନ କୁମାର ସ୍ବାଇଁ, ବିଜୁ ଯୁବ ବାହିନୀ ସଂଯୋଜକ ମାନସ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ା ସେହିଭଳି ଘିମୁଦା ଜେଟିଠାରେ ଯୁବ ବାହିନୀ ସମ୍ପାଦକ ଅନିଲ କୁମାର ସିଂଙ୍କ ନେତୃତ୍ୱରେ ସଫେଇ ହୋଇଥିଲା। ଜହ୍ନିକୁଦା ଘାଟ ପେଣ୍ଠ, ରାୟପୁର, ଗବକୁଣ୍ଡ, ଅରଖକୁଦା ଆଦି ଅଞ୍ଚଳକୁ ଆବର୍ଜନା ମୁକ୍ତ କରାଯିବା ସହ ମଇଳା ଅନ୍ୟଆଡ଼େ ନ ପକାଇ ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା

ପୁରୀ,୧୨।୧୧: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ପ୍ରବେଶ କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ମହିଳା ଜଣଙ୍କ ପଳାଇଛନ୍ତି। ସେଠାରେ ତାଙ୍କୁ ଜଗନ୍ନାଥ ଟେମ୍ପୁଲ ପୋଲିସ...

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ: ଶ୍ରଦ୍ଧାଳୁଙ୍କ ଭିଡ଼

ସାକ୍ଷୀଗୋପାଳ,୧୨।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ପଞ୍ଚୁକ ବ୍ରତ ମଙ୍ଗଳବାର ବଡ଼ ଏକାଦଶୀ ତୀଥିରୁ ଆରମ୍ଭ ହୋଇଛି। ଏହି ଅବସରରେ ଠାକୁର ସାକ୍ଷୀଗୋପାଳ ଏବଂ ମା’...

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର 

ପୁରୀ,୧୨ା୧୧(ଅଜିତ୍‌ କୁମାର ମହାନ୍ତି)-ମଙ୍ଗଳବାର (୧୨ ତାରିଖ)ଠାରୁ ପଞ୍ଚକ ବ୍ରତ ଆରମ୍ଭ ହେବାକୁ ଯାଉଛି। ପଞ୍ଚକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ...

ବଦଳିଲା ଶ୍ରୀମନ୍ଦିର ଧ୍ବଜା ବନ୍ଧା ନୀତି ସମୟ

ପୁରୀ,୧୧।୧୧: କାର୍ତ୍ତିକ ମାସରେ ଅସମ୍ଭବ ଭିଡ଼ ଯୋଗୁ ଧ୍ୱଜାବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ...

ଅଦିନରେ ହ୍ୟୁଷ୍ଟନରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ/ଭୁବନେଶ୍ୱର, ୧୧ା୧୧ (ଅଜିତ୍‌ କୁମାର ମହାନ୍ତି/ ବନ୍ଦନା ସେଠୀ): ଆମେରିକାର ହ୍ୟୁଷ୍ଟନ ସହରରେ ନଭେମ୍ବର ୯ରେ ଅଦିନରେ ନନ୍ଦିଘୋଷ ରଥ ଗଡ଼ିଛି। ତେବେ ଉକ୍ତ ରଥରେ...

ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୦।୧୧: (କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ରବିବାର ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ...

କାଲି ଅଁଳାନବମୀ: ରାଧା ପାଦ ଦର୍ଶନ ପାଇଁ ଲାଗିବ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ,୯।୧୧: ରବିବାର ଅଁଳାନବମୀ । ପୁରୀ ସାକ୍ଷୀଗୋପାଳରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବ। ଏଥିପାଇଁ ସମସ୍ତ ନୀତିକାନ୍ତି ସମାପ୍ତ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri